ଦେଶ ବିଦେଶ

Drone Attack: ଦକ୍ଷିଣ ସୁଦାନର ଆବେଇ ବଜାରରେ ଡ୍ରୋନ୍ ଆକ୍ରମଣରେ ବହୁ ଶିଶୁଙ୍କ ସମେତ ୧୫୩ ମୃତ

ଗତ ତିନି ବର୍ଷ ଧରି ଗୃହଯୁଦ୍ଧ ଜାରି ରହିଥିବା ଆଫ୍ରିକୀୟ ଦେଶ ସୁଦାନର ଦକ୍ଷିଣ ସୁଦାନରେ ଡ୍ରୋନ୍ ଆକ୍ରମଣରେ ୧୫୩ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ସୁଦାନ ଏବଂ ଦକ୍ଷିଣ ସୁଦାନ ମଧ୍ୟରେ ବିବାଦୀୟ ଅଞ୍ଚଳ ଆବେଇର ଏକ ବଜାରରେ ଏହି ଆକ୍ରମଣ ଘଟିଛି।

ଖାର୍ତୁମ: ଗତ ତିନି ବର୍ଷ ଧରି ଗୃହଯୁଦ୍ଧ ଜାରି ରହିଥିବା ଆଫ୍ରିକୀୟ ଦେଶ ସୁଦାନର ଦକ୍ଷିଣ ସୁଦାନରେ ଡ୍ରୋନ୍ ଆକ୍ରମଣରେ ୧୫୩ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ସୁଦାନ ଏବଂ ଦକ୍ଷିଣ ସୁଦାନ ମଧ୍ୟରେ ବିବାଦୀୟ ଅଞ୍ଚଳ ଆବେଇର ଏକ ବଜାରରେ ଏହି ଆକ୍ରମଣ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି। ଆମେଥ୍ ବେକ୍ ହସ୍ପିଟାଲରେ ୨୦ରୁ ଅଧିକ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୮ ହଜାରରୁ ଅଧିକ ବାସିନ୍ଦା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି।

ଆକ୍ରମଣକାରୀମାନେ ଏକ ପେଟ୍ରୋଲ ପମ୍ପକୁ ଟାର୍ଗେଟ କରିଥିଲେ। ଘଟଣା ବିଷୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ଆବେଇର ଆମିୟେଟ୍ ବଜାରର ଏକ ପେଟ୍ରୋଲ ପମ୍ପ ନିକଟରେ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ଯୋଗୁଁ ସମଗ୍ର ବଜାରରେ ନିଆଁ ଲାଗିଯାଇଥିଲା। ଅନେକ ଲୋକ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟମାନେ ଗୁରୁତର ଭାବରେ ପୋଡ଼ି ହୋଇ ଯାଇଥିଲେ।

ଆକ୍ରମଣରେ ବଜାର ସ୍ଥାନକୁ ଟାର୍ଗେଟ

ସ୍ଥାନୀୟ କର୍ତ୍ତୃପକ୍ଷ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ସୁଦାନୀ ସେନାକୁ ଦାୟୀ କରିଛନ୍ତି। ଆବେଇର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ୟୋହାନ୍ନା ଆକୋଲ ଙ୍ଗୋର କହିଛନ୍ତି ଯେ, ସୁଦାନୀ ସେନା ଏହି ନୃଶଂସ ଆକ୍ରମଣ ପାଇଁ ଦାୟୀ। ତେବେ ସେ କୌଣସି ପ୍ରମାଣ ପ୍ରଦାନ କରିନାହାନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି।
ଦକ୍ଷିଣ ସୁଦାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣର ପ୍ରତିକ୍ରିୟା ପ୍ରକାଶ କରି ଆକ୍ରମଣ ପାଇଁ ସୁଦାନ ସେନାକୁ ଦାୟୀ କରି ଡ଼ା ସମାଲୋଚନା କରିବା ସହ ସୁଦାନର ରାଷ୍ଟ୍ରଦୂତଙ୍କୁ ଡକାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଆକ୍ରମଣରେ ବଜାର ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯାହା ଫଳରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ସରକାରୀ ତଥା ବେସରକାରୀ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି।

୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

ସୁଦାନରେ ଗତ ତିନି ବର୍ଷ ଧରି ସେନା ଏବଂ ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ)ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟଙ୍କ ମଧ୍ୟରେ ପ୍ରଥମ ସଂଘର୍ଷ ଏପ୍ରିଲ ୨୦୨୩ରେ ହୋଇଥିଲା। ସେବେଠାରୁ, ଉଭୟ ପକ୍ଷ ପରସ୍ପରର ଅଧିକୃତ ଅଞ୍ଚଳ ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଏହି ଯୁଦ୍ଧ ଏବେ ଗୃହଯୁଦ୍ଧର ରୂପ ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ନୃଶଂସ ଗୃହଯୁଦ୍ଧରେ ୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଅଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button