ମନୋରଞ୍ଜନ

Drug charges: ଡ୍ରଗ୍‌ସ ମାମଲାରୁ ମୁକ୍ତ

୨୦୨୨ରେ ମୁମ୍ବାଇ ପୁଲିସ ଜଣେ ଡ୍ରଗ୍‌ସ ଚାଲାଣକାରୀକୁ ଗିରଫ କରିବା ପରେ ସେ ବିଭିନ୍ନ ହାଇପ୍ରୋଫାଇଲ୍‌ ସେଲିବ୍ରିଟିଙ୍କୁ ଡ୍ରଗ୍‌ସ ଯୋଗାଉଥିବା କଥା ପ୍ରଘଟ କରିଥିଲା। ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ନୋରା ଫତେହୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ତେଣୁ ଏ ଦୁଇଜଣଙ୍କୁ ଡ୍ରଗ୍‌ସ ମାମଲାରେ ସାମିଲ କରି ଗତ ବର୍ଷ ପୁଲିସ ପଚରାଉଚୁରା ମଧ୍ୟ କରିଥିଲା। ଏମାନଙ୍କ ସମେତ ଇନ୍‌ଫ୍ଲୁଏନ୍‌ସର ଓରି, ଅଭିନେତା ସିଦ୍ଧାନ୍ତ କପୁର ଓ ରାଜନେତା ଜୀଶାନ ସିଦ୍ଦିକି ମଧ୍ୟ ଏହି ଡ୍ରଗ୍‌ସ ମାମଲାରେ ଛନ୍ଦି ହୋଇଯାଇଥିଲେ। ତେବେ ୨୦୨୨ରୁ ଚାଲିଥିବା ଅନୁସନ୍ଧାନରୁ ପୁଲିସକୁ ଚାଲାଣକାରୀଙ୍କ ସହିତ ଏହି ସେଲିବ୍ରିଟିଙ୍କୁ ଯୋଡ଼ିବା ଭଳି କୌଣସି ଠୋସ୍‌ ପ୍ରମାଣ ମିଳିଲା ନାହିଁ। ତେଣୁ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରେ ସେମାନଙ୍କ ନାମ ଆଉ ଉଲ୍ଲେଖ  କରାଯିବ ନାହିଁ ବୋଲି ଜଣାପDrugs Addiction Among Doctors: ଡାକ୍ତରଙ୍କ ମଧ୍ୟରେ ବୃଦ୍ଧି ପାଉଛି ନିଶା ଅଭ୍ୟାସ, FAIMA ରିପୋର୍ଟ ନେଇ ଆଲୋଡ଼ନ

ବଲିଉଡ୍‌ ଜଗତର ସୁପ୍ରସିଦ୍ଧ ବ୍ୟକ୍ତିବିଶେଷ ଏହି ମାମଲାରେ ସଂପୃକ୍ତ ଥିବାରୁ ଏହା ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲା। ଏବେ ଏହି ମାମଲା ଓ ତଦନ୍ତରୁ ମୁକ୍ତ ହେବା ପରେ ଶ୍ରଦ୍ଧା ଓ ନୋରା ନିଶ୍ଚିତ ଭାବେ ଶାନ୍ତିରେ ନିଃଶ୍ବାସ ଛାଡୁଥିବେ। ସେମାନେ ଏ ନେଇ କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ଓରି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ ତାଙ୍କୁ ବଦନାମ କରିବାକୁ ସପ୍ତାହ ସପ୍ତାହ ଧରି ଉଦ୍ୟମ କରୁଥିବା ଈର୍ଷାଳୁ ଲୋକମାନେ ଏବେ କୁଆଡ଼େ ଗଲେ?

 

 

 

ସୌଜନ୍ୟ ସମ୍ବାଦ

Show More
Back to top button