ଓଡିଶାଜିଲ୍ଲା

ED Raid Ganjam ଗଞ୍ଜାମରେ ପଞ୍ଝା ମେଲାଇଲା ଇଡି: ୧୦୦ ଜଣିଆ ଟିମ୍‌ର ଏକକାଳୀନ ଚଢ଼ଉ, ସ୍କାନରରେ ବିଜେଡି ନେତା

ଗଞ୍ଜାମରେ ପଞ୍ଝା ମେଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ ଜଣିଆ ଟିମ୍‌ର ଏକକାଳୀନ Raid । ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘ‌ରେ ଛାପା ମାରିଲା ଇଡି।

ବ୍ରହ୍ମପୁର: ଗଞ୍ଜାମରେ ପଞ୍ଝା ମେଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ ଜଣିଆ ଟିମ୍‌ର ଏକକାଳୀନ ଚଢ଼ଉ। ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘ‌ରେ ଛାପା ମାରିଲା ଇଡି। ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍‌ ଖେଦି ଯାଇଛନ୍ତି। ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍‌ ଚଢ଼ଉ କରୁଥିବାର ଖବର ଆସିଲା।

ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ ହୋଇଛି। ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ଉ କରିଛି ଇଡି। ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ଉ ହୋଇଛି। ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି।

ଚଢ଼ଉ ଚାଲିଥିବା ସ୍ଥାନ

– ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ
– ବ୍ରହ୍ମପୁର ଜୟପ୍ରକାଶ ନଗରଠାରେ ଥିବା ହୃଷୀକେଶଙ୍କ ପୁଅ ସଚୀନ ପାଢ଼ୀଙ୍କ ଘର
– ବ୍ରହ୍ମପୁର ବିଜିପୁର କାଳୁଆସାହିରେ ରହୁଥିବା ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର
– ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଅମ୍ବିକାନଗରରେ ରହୁଥିବା ହରି ପାଢ଼ୀଙ୍କ ଘର
– କନିଷି ଗାଁର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର
– ଆସ୍କା ବ୍ଲକ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନ
– ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ବାସଭବନ

ସୌଜନ୍ୟ  ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button