Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ
ଓଡ଼ିଶାର ଯୁବପିଢ଼ିଙ୍କୁ ଅନ୍ତର୍ଜାତୀୟ କାର୍ଯ୍ୟ ଅଭିଜ୍ଞତା ହାସଲର ସୁଯୋଗ ଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚ୍ର ୨୩ ଜଣ ଛାତ୍ରଛାତ୍ରୀ ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି।

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଅନ୍ତର୍ଜାତୀୟ କାର୍ଯ୍ୟ ଅଭିଜ୍ଞତା ହାସଲର ସୁଯୋଗ ଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚ୍ର ୨୩ ଜଣ ଛାତ୍ରଛାତ୍ରୀ ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି। ସିଙ୍ଗାପୁର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ଏହା ପଞ୍ଚମ ବ୍ୟାଚ୍। ଏହି ଇଣ୍ଟର୍ନସିପ୍ରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କାମ କରିବା ସହ ନିଜ ଦକ୍ଷତାକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ଛଅଟି ସଂସ୍ଥା; ଫୋର୍ ସିଜନ୍ସ ହୋଟେଲ୍, ଗୁଡଉଡ୍ ପାର୍କ ହୋଟେଲ୍, ନ୍ୟୁୱେ ସିଷ୍ଟମ୍ସ, ନେପଚ୍ୟୁନ୍ ଟେକ୍ନୋଲୋଜି, ଗ୍ରେସ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ଭାଣ୍ଟିଭ୍ ମ୍ୟାନୁଫାକ୍ଚରିଂରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ଏନେଇ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, ସିଙ୍ଗାପୁରରେ ଏହି ଛଅ ମାସିଆ ଇଣ୍ଟର୍ନସିପ୍ ଛାତ୍ରଛାତ୍ରୀଙ୍କୁ ନିଜ ଦକ୍ଷତାକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା ଏବଂ ନୂଆ ଅନୁଭୂତି ହାସଲ କରିବାର ସୁଯୋଗ ଦେବ। ଏହାଦ୍ୱାରା ସେମାନେ ନିଜ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତ ହୋଇପାରିବେ। ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିଙ୍କୁ ଏପରି ଭାବେ ପ୍ରସ୍ତୁତ କରିବା, ଯାହାଦ୍ୱାରା ସେମାନେ ନିଜ ଦକ୍ଷତା ବଳରେ ଦେଶ ଓ ବିଦେଶରେ ସଫଳତା ହାସଲ କରିପାରିବେ।
ସୌଜନ୍ୟ ସମ୍ବାଦ




