ରାଜ୍ୟ

Education: ନବରଂଗପୁରରେ ସାଇକେଲ ପାଇବାରୁ ୧୯,୨୨୦ ପିଲା ବଞ୍ଚିତ

ଓଡ଼ିଶା ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ସାଇକେଲ, ପୋଷାକ, ଜୋତା ଏବଂ ବହି ବଣ୍ଟନ କରାଯାଉଛି। ସାଧାରଣତଃ ନବମ ଶ୍ରେଣୀରେ ପଢୁଥିବା ସରକାରୀ ସ୍କୁଲର...

ନବରଙ୍ଗପୁର (ସୁରେଶ ନାଇଡୁ): ଓଡ଼ିଶା ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ସାଇକେଲ, ପୋଷାକ, ଜୋତା ଏବଂ ବହି ବଣ୍ଟନ କରାଯାଉଛି। ସାଧାରଣତଃ ନବମ ଶ୍ରେଣୀରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ସାଇକେଲ ପ୍ରଦାନ କରାଯାଏ।  ଯାହାଦ୍ୱାରା ସେମାନେ ସହଜରେ ସ୍କୁଲକୁ ଯାତାୟାତ କରିପାରିବେ ଏବଂ ପାଠପଢ଼ା ଅଧାରୁ ଛାଡ଼ିବେ ନାହିଁ।

ତେବେ ଯେଉଁ ଲକ୍ଷ୍ୟ ନେଇ ଏହି ଯୋଜନା ପ୍ରଣୟନ କରାଯାଇଛି, ତାହା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପ୍ରତି ଉପହାସ ପାଲଟିଛି। ୨୦୨୬-୨୭ ଶିକ୍ଷା ବର୍ଷର ଏହାରି ମଧ୍ୟରେ ୭ମାସ ବିତିଲାଣି। ବହୁ ଦୂର୍ଗମ ଗାଁର ଛାତ୍ରଛାତ୍ରୀମାନେ ସାଇକେଲ ନଥିବାରୁ ବିଭିନ୍ନ ବଡ ରାଜସ୍ବ ଗାଁ କିମ୍ବା ବ୍ଲକ, ଜିଲ୍ଲା ସଦରମହକୁମାକୁ ଆସି ପଢ଼ୁଥିବା ଛାତ୍ରଛାତ୍ରୀମାନେ ୫ରୁ ୭କିଲୋ ମିଟର ଦେଢ଼ଘଣ୍ଟା ପୂର୍ବରୁ ଚାଳିଚାଳି ହାଇସ୍କୁଲକୁ ଯାଉଛନ୍ତି। ସ୍କୁଲ ଛୁଟିର ଦେଢ଼ଘଣ୍ଟା ପରେ ଘରେ ପହଚୁଂଛନ୍ତି।

ସାଇକେଲ ପାଇଁ ଅପେକ୍ଷା
ଜିଲ୍ଲାରେ ୧୯,୨୨୦ ପିଲା ସାଇକେଲ ପାଇଁ ଗତ ୫ମାସରୁ ଅପେକ୍ଷା କରି ରହିଛନ୍ତି। ୨୦୨୪-୨୫ ଶିକ୍ଷା ବର୍ଷରେ ଜିଲ୍ଲାର ୧୩ ହଜାର ପିଲା ସାଇକେଲ ପାଇ ନଥିଲେ। ଏହାକୁ ନେଇ ଅଭିଭାବକ ମାନେ ଅଭିଯୋଗ କରିବା ପରେ ବି ଫଳ ଶୁନ। ଠିକ୍ ସେହିପରି ଏହି ବର୍ଷ ବି ହେବ କି ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ।

୧୯,୨୨୦ ଜଣଙ୍କୁ ମିଳିନି ସାଇକେଲ
ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ସାଧାରଣବର୍ଗର ୪୬୫୯, ଅନୁସୂଚିତ ଜାତି ୨୬୭୮, ଅନୁସୂଚିତ ଜନଜାତି ୩୬୫୬ ଏଭଳି ୧୦,୯୯୩ଜଣ ସାଇକେଲ ପାଇନାହାନ୍ତି। ଅନୁଦାନ ପ୍ରାପ୍ତ ସ୍କୁଲର ସାଧାରଣବର୍ଗରେ ୩୨୧, ଅନୁସୂଚିତ ଜାତି ୨୧୧, ଅନୁସୂଚିତ ଜନଜାତି ୩୬୦ ଏଭଳି ୮୯୨ଜଣ। ନୂଆରେ ଅନୁଦାନ ପ୍ରାପ୍ତ ସ୍କୁଲର ସାଧାରଣବର୍ଗର ୧୨୫୬, ଅନୁସୂଚିତ ଜାତି ୮୫୪, ଅନୁସୂଚିତ ଜନଜାତି ୧୨୨୪ଏଭଳି ୩୩୩୬ଜଣ। ଓଡିଆ ଆଦର୍ଶ ବିଦ୍ୟାଳୟ (ଓଏଭି) ସାଧାରଣବର୍ଗରେ ୧୯୮, ଅନୁସୂଚିତ ଜାତି ୨୦୫, ଅନୁସୂଚିତ ଜନଜାତି ୩୭୭ ଏଭଳି ୭୮୦ଜଣ। ସେବାଶ୍ରମ(ଏସଏସଡି) ବିଦ୍ୟାଳୟରେ ସାଧାରଣ ବର୍ଗରେ ୭୧୨, ଅନୁସୂଚିତ ଜାତି ୧୧୫୩, ଅନୁସୂଚିତ ଜନଜାତି ୧୩୫୪ଏଭଳି ୩୨୧୯ଜଣ ଏଭଳି ସର୍ବମୋଟ ଜିଲ୍ଲା‌ରେ ୧୯,୨୨୦ଜଣ ସାଇକେଲ ଏଯାଏଁ ପାଇନାହାନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button