ବାଣିଜ୍ୟ

Electric Bill: ଘରୁ କାମ କରୁଥିବା କର୍ମଚାରୀଙ୍କ ବିଦ୍ୟୁତ୍‌ ବିଲ୍‌ ତଥ୍ୟ ମାଗିଲା ଇନ୍‌ଫୋସିସ୍‌

ଘରୁ କାମ କରୁଥିବା କର୍ମଚାରୀମାନଙ୍କୁ ବିଦ୍ୟୁତ୍‌ ବ୍ୟବହାର ବିଲ୍‌ର ତଥ୍ୟ ମାଗିଛି ଆଇଟି କମ୍ପାନି ଇନ୍‌ଫୋସିସ୍‌। ଇନ୍‌ଫୋସିସ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଜୟେଶ ସଂଗ୍ରହଜକା ଏହି ମର୍ମରେ ହାଇବ୍ରିଡ୍‌ ମଡେଲ୍‌ରେ କାମ କରୁଥିବା କର୍ମଚାରୀମାନଙ୍କୁ

ବେଙ୍ଗାଲୁରୁ: ଘରୁ କାମ କରୁଥିବା କର୍ମଚାରୀମାନଙ୍କୁ ବିଦ୍ୟୁତ୍‌ ବ୍ୟବହାର ବିଲ୍‌ର ତଥ୍ୟ ମାଗିଛି ଆଇଟି କମ୍ପାନି ଇନ୍‌ଫୋସିସ୍‌। ଇନ୍‌ଫୋସିସ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଜୟେଶ ସଂଗ୍ରହଜକା ଏହି ମର୍ମରେ ହାଇବ୍ରିଡ୍‌ ମଡେଲ୍‌ରେ କାମ କରୁଥିବା କର୍ମଚାରୀମାନଙ୍କୁ ଇମେଲ୍‌ ଦେଇଛନ୍ତି। ଏହାକୁ ବିଦ୍ୟୁତ ବ୍ୟବହାର ସର୍ଭେ ଆଖ୍ୟା ଦିଆଯାଇଛି। ସିଏଫ୍‌ଓ ଦର୍ଶାଇଛନ୍ତି ଯେ କେବଳ ହାଇବ୍ରିଡ୍‌ ମଡେଲ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଘରୁ କାମ କରୁଥିବା କର୍ମଚାରୀମାନେ ଯେଉଁ ଡିଭାଇସ୍‌ ବ୍ୟବହାର କରୁଛନ୍ତି ତାହାର ପରିବେଶ ପ୍ରଭାବ କେତେ ରହିବ ତାହା ଏହି ସର୍ଭେର ଉଦ୍ଦେଶ୍ୟ।

ହାଇବ୍ରିଡ୍‌ ମଡେଲ କମ୍ପାନି କାର୍ଯ୍ୟର ବିଶେଷ ଅଂଶ ପାଲଟି ଯାଇଛି। ତେଣୁ ଅଫିସ୍‌ ପାଇଁ କରାଯାଉଥିବା କାର୍ଯ୍ୟର ପରିବେଶ ପ୍ରଭାବ କାର୍ଯ୍ୟାଳୟ ବାହାରେ ଘରେ ମଧ୍ୟ ପଡ଼ୁଛି। ଘରେ ଅଫିସ୍‌ କାମ କରିବା ସମୟରେ ଯେଉଁ ବିଦ୍ୟୁତ୍‌ ବ୍ୟବହାର ହେଉଛି ତାହା ଅଫିସ୍‌ର ସବୁଜ ଗୃହ ଗ୍ୟାସ୍‌ ନିର୍ଗମନରେ ବିଚାରକୁ ନିଆଯିବ। ତେଣୁ କମ୍ପାନିର ରିପୋର୍ଟିଂ ପଦ୍ଧତିରେ ଉନ୍ନତି ଆଣିବା ଲାଗି କମ୍ପାନି ଏହି ନିଷ୍ପତ୍ତି ନେଇଛି।

 

ଭାରତ ସମେତ ବିଶ୍ବର ବିିଭିନ୍ନ ଦେଶରେ ଇନ୍‌ଫୋସିସ୍‌ର ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ହାଇବ୍ରିଡ୍‌ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ଏଥିରେ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରୁ ମାସିକ ଅତିକମ୍‌ରେ ୧୦ ଦିନ କାର୍ଯ୍ୟ କରିବାକୁ ପଡ଼ୁଛି। ଘରୁ କାମ କରିବା ସମୟରେ କର୍ମଚାରୀମାନେ କେଉଁସବୁ ବୈଦ୍ୟୁତିକ ସାମଗ୍ରୀ ଯଥା କମ୍ପ୍ୟୁଟର, ଆଲୋକ, ଏୟାର କଣ୍ଡିସନର ଆଦି ବ୍ୟବହାର କରୁଛନ୍ତି ତାହାର ତଥ୍ୟ ଦେବାଲାଗି ମଧ୍ୟ କୁହାଯାଇଛି। ସେହିଭଳି ଘରେ ସୌର ଶକ୍ତି ଅଛି କି ନାହିଁ ତାହା ମଧ୍ୟ ଜଣାଇବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button