ଦେଶ ବିଦେଶ
Encounter in Ganderbal: ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଏନକାଉଣ୍ଟର, ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ
ଜମ୍ମୁ ଓ କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଲୁଚି ରହିଥିବା ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ମିଳିତ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଜଣେ ମୃତ୍ୟୁ ଘଟିଛି।

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଲୁଚି ରହିଥିବା ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ମିଳିତ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଜଣେ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ପାଇବା ପରେ, ସେନା, ଜମ୍ମୁ ଓ କାଶ୍ମୀର ପୁଲିସ ଏବଂ ସିଆରପିଏଫ ସମେତ ମିଳିତ ବାହିନୀ ଗାନ୍ଦରବଲର ଅରହାମା ଗାଁକୁ ଘେରି ଯାଇଥିଲେ। ସୁରକ୍ଷା ବାହିନୀଙ୍କ ପକ୍ଷରୁ ଆତ୍ମସମର୍ପଣ କରିବା ପାଇଁ ଆତଙ୍କବାଦୀଙ୍କୁ ଚେତାବନୀ ଦିଆଯାଇଥିଲା। ମାତ୍ର ସେମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ଅଧିକ ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା।
ସୌଜନ୍ୟ ସମ୍ବାଦ




