ଅପରାଧଦେଶ ବିଦେଶ

Fake Baba Rape Case Pune: ନିଜକୁ ‘ଶିବଙ୍କ ଅବତାର’ କହି ମହିଳାଙ୍କ ସହ ଦୁଷ୍କର୍ମ, ପୁଣେରେ ଭଣ୍ଡ ବାବାଙ୍କ କଳା କାରନାମା

ମହାରାଷ୍ଟ୍ରର ପୁଣେରେ ଆଉ ଜଣେ ଭଣ୍ଡ ବାବାଙ୍କ କଳା କାରନାମା ସାମ୍ନାକୁ ଆସିଛି। ନିଜକୁ ଭଗବାନ ଶିବଙ୍କ ଅବତାର କହି ଜଣେ ୩୫ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି ପାଲଘରର ସ୍ୱୟଂଭୂ ବାବା ହୃଷୀକେଶ ବୈଦ୍ୟ। ପଢନ୍ତୁ ସମ୍ପୂର୍ଣ୍ଣ କ୍ରାଇମ୍ ଖବର ପ୍ରମେୟ ନ୍ୟୁଜ୍୭ରେ...

ପୁଣେ: ମହାରାଷ୍ଟ୍ରରେ ଆଉ ଜଣେ ଭଣ୍ଡ ବାବାଙ୍କର କଳା କାରନାମା ପଦାକୁ ଆସିଛି। ନିଜକୁ ଭଗବାନ ଶିବଙ୍କ ଅବତାର ବୋଲି ଦାବି କରି ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଲଘର ଜିଲ୍ଲାର ଜଣେ ସ୍ୱୟଂଭୂ ବାବାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନାସିକରେ ଆଉ ଜଣେ ଦୁଷ୍କର୍ମକାରୀ ବାବା ଅଶୋକ ଖରାତଙ୍କ ସଦ୍ୟ ଗିରଫଦାରୀ ପରେ ସାହସ ଜୁଟାଇ ପୁଣେର ଜଣେ ୩୫ ବର୍ଷୀୟା ମହିଳା ୪୦ ବର୍ଷୀୟ ଅଭିଯୁକ୍ତ ବାବା ହୃଷୀକେଶ ବୈଦ୍ୟଙ୍କ ବିରୋଧରେ ଏହି ଏତଲା ଦେଇଛନ୍ତି।

ଫେସବୁକ୍‌ରୁ ବନ୍ଧୁତାତାପରେ ଦୁଷ୍କର୍ମ

ଶିବ-ପାର୍ବତୀଙ୍କ ନାଁରେ ଧୋକା: ପୋଲିସର ସୂଚନା ଅନୁଯାୟୀ, ୨୦୨୩ ମସିହାରେ ପୀଡ଼ିତା ଜଣକ ଫେସବୁକ୍ ମାଧ୍ୟମରେ ଏହି ବାବାଙ୍କ ସମ୍ପର୍କରେ ଆସିଥିଲେ। ସେହିବର୍ଷ ଡିସେମ୍ବର ମାସରେ ଅଭିଯୁକ୍ତ ବାବା ମହିଳାଙ୍କୁ ଭେଟିବା ପାଇଁ ପୁଣେ ଆସିଥିଲା। ସେ ନିଜକୁ ମହାଦେବଙ୍କ ଅବତାର ଏବଂ ମହିଳାଙ୍କୁ ତାଙ୍କର ‘ପାର୍ବତୀ’ ବୋଲି କହିଥିଲା।

ନିଶା ଦେଇ ଦୁଷ୍କର୍ମ: ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ମହିଳାଙ୍କୁ ପୁଣେର ମାଞ୍ଜରି  ଅଞ୍ଚଳରେ ଥିବା ଏକ ଲଜ୍‌କୁ ନେଇଯାଇଥିଲା। ସେଠାରେ ତାଙ୍କୁ କୌଣସି ନିଶାଦ୍ରବ୍ୟ ପିଆଇ ଦେଇ ଦୁଷ୍କର୍ମ କରିଥିଲା ଏବଂ ମହିଳାଙ୍କର କିଛି ଆପତ୍ତିଜନକ ଫଟୋ ମଧ୍ୟ ଉଠାଇ ନେଇଥିଲା।

କିଏ ଏହି ହୃଷୀକେଶ ବୈଦ୍ୟ?

ଦୁଷ୍କର୍ମ ଅଭିଯୁକ୍ତ ହୃଷୀକେଶ ବୈଦ୍ୟ ହେଉଛି ‘ଆମଚି ଭସାଇ’ ନାମକ ଏକ ସାମାଜିକ ସଂସ୍ଥାର ସଭାପତି। ସେ ନିଜ ସଂସ୍ଥା ମାଧ୍ୟମରେ ଲୋକଙ୍କୁ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରିବାର ଛଳନା କରୁଥିଲା।

ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତର ପାଲଘର ଜିଲ୍ଲାରେ ଏକ ସାମାଜିକ ସଂଗଠନ ଅଛି ଏବଂ ସେହି ଉଠାଯାଇଥିବା ଫଟୋଗୁଡ଼ିକ ଦେଖାଇ ସେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗତ ବର୍ଷ ମେ’ ମାସରେ ପୁଣିଥରେ ଯୌନ ଶୋଷଣ କରିବାକୁ ଉଦ୍ୟମ କରିଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ଜାରି

ମାମଲା ସ୍ଥାନାନ୍ତର: ବସଇ ସ୍ଥିତ ମାଣିକପୁର ଥାନାର ବରିଷ୍ଠ ନିରୀକ୍ଷକ ହୀରାଲାଲ୍ ଯାଦବଙ୍କ ସୂଚନା ମୁତାବକ, ଅପରାଧଟି ପୁଣେରେ ଘଟିଥିବାରୁ ଏହି ମାମଲାକୁ ପୁଣେର ହଡପସର ଥାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ମହିଳା ବି ଶିକାର: କେବଳ ଏହି ଜଣେ ନୁହେଁ, ବରଂ ଅଭିଯୁକ୍ତ ଏହିପରି ଭାବେ ବହକାଇ ଆହୁରି ଅନେକ ମହିଳାଙ୍କୁ ମଧ୍ୟ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି।

ତେବେ ଅଭିଯୁକ୍ତ ବୈଦ୍ୟ ନିଜ ଫେସବୁକ୍ ପେଜ୍‌ରେ ଏକ ପୋଷ୍ଟ କରି ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ଖଣ୍ଡନ କରିବା ସହ ଏହା ଏକ ମିଥ୍ୟା ମାମଲା ବୋଲି ଦାବି କରିଛି। ବର୍ତ୍ତମାନ ଡିସିପି ନିଖିଲ ପିଙ୍ଗଲେ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button