ଅର୍ଥନୀତି
Father: ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟଙ୍କ ପିତୃ ବିୟୋଗ
‘ସମ୍ବାଦ’ ଜୟପୁର ସଂସ୍କରଣର ମୁଖ୍ୟ ନବୀନଚନ୍ଦ୍ର ସାହୁଙ୍କ ବାପା ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାମୁଣ୍ଡି ଗ୍ରାମର ବାସିନ୍ଦା ରମେଶ ଚନ୍ଦ୍ର ସାହୁ (୭୯)ଙ୍କର ଆଜି ପରଲୋକ ଘଟିଛି। ନିଜ....

ଭଞ୍ଜନଗର: ‘ସମ୍ବାଦ’ ଜୟପୁର ସଂସ୍କରଣର ମୁଖ୍ୟ ନବୀନଚନ୍ଦ୍ର ସାହୁଙ୍କ ବାପା ଓ ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାମୁଣ୍ଡି ଗ୍ରାମର ବାସିନ୍ଦା ରମେଶ ଚନ୍ଦ୍ର ସାହୁ (୭୯)ଙ୍କର ଆଜି ପରଲୋକ ଘଟିଛି। ନିଜ ବାସଭବନରେ ସେ ଆଜି ଭୋର୍ ୩ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଭୋର୍ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଗାମୁଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦିବଙ୍ଗତ ରମେଶ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିବା ବେଳେ ଗ୍ରାମର ଅନେକ ଆଧ୍ୟାତ୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।



