Canara Bank: ପୁରୀରେ କାନାରା ବ୍ୟାଙ୍କର ଜାତୀୟସ୍ତରୀୟ ବୈଠକ

ପୁରୀ:  ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ପକ୍ଷରୁ ଜାତୀୟସ୍ତରୀୟ ବ୍ୟବସାୟ ରଣନୀତି ବୈଠକ ପୁରୀଠାରେ ଚଳିତମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ କେ. ସତ୍ୟନାରାୟଣ ରାଜୁଙ୍କ ସମେତ ଚାରି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ଏଥିରେ ସାରା ଦେଶରୁ ବ୍ୟାଙ୍କର ପ୍ରାୟ ୨୫୦ ଜଣ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ସୌଜନ୍ୟ ସମ୍ବାଦ