ବିଶେଷ

Female commander of a male team: ପୁରୁଷ ଦଳର ନାରୀ କମାଣ୍ଡର

ଏଥର ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେଉଥିବା ପରେଡ୍‌ରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଆର୍‌ପିଏଫ୍‌ ଅଫିସର ୧୪୦ ଜଣରୁ ଅଧିକ ପୁରୁଷ ଯବାନଙ୍କର ନେତୃତ୍ବ ନେଉଛନ୍ତି। ସେ ହେଉଛନ୍ତି ୨୬ ବର୍ଷୀୟା ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ ବାଲା।

ଏଥର ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେଉଥିବା ପରେଡ୍‌ରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଆର୍‌ପିଏଫ୍‌ ଅଫିସର ୧୪୦ ଜଣରୁ ଅଧିକ ପୁରୁଷ ଯବାନଙ୍କର ନେତୃତ୍ବ ନେଉଛନ୍ତି। ସେ ହେଉଛନ୍ତି ୨୬ ବର୍ଷୀୟା ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ ବାଲା। ସିମରନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ପ୍ରଥମ ମହିଳା ଭାବେ ସିଆର୍‌ପିଏଫ୍‌ ଅଫିସର ହୋଇଛନ୍ତି। ତାଙ୍କ ଘର ଭାରତ-ପାକିସ୍ତାନ ସୀମାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ସୀମାର ଅସ୍ଥିରତା ଓ ସଂଘର୍ଷ ବିଷୟରେ ସେ ଛୋଟ ବେଳୁ ସୁପରିଚିତ। ସିମରନ ଜାମ୍ମୁର ଗାନ୍ଧୀନଗର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରୁ ରାଜନୀତ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସି ଦ୍ବାରା ଆୟୋଜିତ ସିଏପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗୁରୁଗ୍ରାମର ସିଆର୍‌ପିଏଫ୍‌ ଏକାଡେମିରେ ପ୍ରଶିକ୍ଷଣ ନେଇଥିଲେ। ସେ ୨୦୨୫ ମସିହାର ଏପ୍ରିଲ୍‌ରେ ସିଆର୍‌ପିଏଫ୍‌ ଅଫିସର ଭାବେ ଯୋଗ ଦେଇଥିଲେ ଏବଂ ଛତିଶଗଡ଼ରେ ନକ୍ସଲ ଦମନ ପାଇଁ ଉଦ୍ଦିଷ୍ଟ ‘ବସ୍ତରୀୟା’ ବାଟାଲିଅନ୍‌ରେ ପ୍ରଥମେ କାର୍ଯ୍ୟ କରିଥିଲେ।

Show More

Leave a Reply

Your email address will not be published. Required fields are marked *

Back to top button