ଭୁବନେଶ୍ବର: ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍ ନିଷ୍ପତ୍ତି ନିଆଯାଏ। ଏକ ଠିକ୍ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ। ଏଥିପାଇଁ ସମୟ ଓ ଅଭ୍ରଶସ ଦରକାର। ଶୃଙ୍ଖଳା ଓ ଉଦ୍ଦେଶ୍ୟ ସହ ସେହି ଅଭ୍ୟାସକୁ ଜାରି ରଖିଲେ ସଫଳତା ମିଳିଥାଏ ବୋଲି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ର ଜାତୀୟ ମୁଖ୍ୟ-ରିଟେଲ୍ ସେଲ୍ସ ରୋହିତ ମାତୋ କହିଛନ୍ତି।

