Football competition: ଇଂଲିସ୍ ଫୁଟ୍ବଲ୍ରେ ଆଲୋଡ଼ନ: ରେକର୍ଡ କ୍ଷତି ରିପୋର୍ଟ କଲା ଚେଲ୍ସି
ଇଂଲିସ୍ ପ୍ରିମିୟର ଲିଗ୍ (ଇପିଏଲ୍)ର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଦଳ ‘ଚେଲ୍ସି’ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଚଳିତବର୍ଷ ଇପିଏଲ୍ର ଚତୁର୍ଥ ସ୍ଥାନରେ ରହିଥିବା ଏହି ଦଳ ୨୦୨୪-୨୫ ଋତୁରେ ୩,୦୦୦ କୋଟି ଟଙ୍କାର ରେକର୍ଡ କ୍ଷତି କରିଛି।

ଲଣ୍ଡନ: ଇଂଲିସ୍ ପ୍ରିମିୟର ଲିଗ୍ (ଇପିଏଲ୍)ର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଦଳ ‘ଚେଲ୍ସି’ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଚଳିତବର୍ଷ ଇପିଏଲ୍ର ଚତୁର୍ଥ ସ୍ଥାନରେ ରହିଥିବା ଏହି ଦଳ ୨୦୨୪-୨୫ ଋତୁରେ ୩,୦୦୦ କୋଟି ଟଙ୍କାର ରେକର୍ଡ କ୍ଷତି କରିଛି। ଏହି କ୍ଷତି ଟିକସ ପୂର୍ବର ହୋଇଥିବାରୁ ପ୍ରକୃତରେ ଆହୁରି ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ କୌଣସି ଇପିଏଲ୍ ଦଳ ଏତେ ପରିମାଣର କ୍ଷତି କରି ନଥିଲା। ଏହି କ୍ଷେତ୍ରରେ ଚେଲ୍ସି ନିଜ ପୁରୁଣା ପ୍ରତିଦ୍ବନ୍ଦ୍ବୀ ମାଞ୍ଚେଷ୍ଟର ୟୁନାଇଟେଡ୍କୁ ଟପି ଯାଇଛି। ମାଞ୍ଚେଷ୍ଟର୍ ସିଟି ୨୦୨୦-୧୧ ଋତୁରେ ପାଖାପାଖି ୨୪୦୦ କୋଟି ଟଙ୍କାର କ୍ଷତି କରିଥିଲା। ତେବେ କ୍ଲବ୍ର ରାଜସ୍ବ ପୂର୍ବାପେକ୍ଷା ବଢ଼ି ୫୮୦୦ କୋଟି ଟଙ୍କାରେ ପହଞ୍ଚିଛି। ରାଜସ୍ବ ବଢ଼ିବା ସତ୍ତ୍ବେ କ୍ଷତି କାହିଁକି କମୁନି ସେ ଦିଗରେ ତର୍ଜମା କରାଯିବ ବୋଲି କ୍ଲବ୍ ତରଫରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୩-୨୪ ଋତୁରେ ଏହି ଦଳ ୧୫୦୦ କୋଟି ଟଙ୍କାର ଲାଭ କରିଥିଲା।




