ଜାତୀୟଜିଲ୍ଲା

Indian Navy: ଆଇଏନ୍ଏସ୍ ଅରିଦମନ: ଭାରତକୁ ମିଳିବ ୩ୟ ପରମାଣୁ ବୁଡ଼ାଜାହାଜ?

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଭାରତର ତୃତୀୟ ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ ‘ଆଇଏନ୍ଏସ୍ ଅରିଦମନ’ର ଲଞ୍ଚ ବିଷୟରେ ସୂଚନା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ରାଜନାଥ କହିଛନ୍ତି, ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଶକ୍ତିର ପ୍ରତୀକ- ଅରିଦମନ!

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଭାରତର ତୃତୀୟ ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ ‘ଆଇଏନ୍ଏସ୍ ଅରିଦମନ’ର ଲଞ୍ଚ ବିଷୟରେ ସୂଚନା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ରାଜନାଥ କହିଛନ୍ତି, ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଶକ୍ତିର ପ୍ରତୀକ- ଅରିଦମନ! ପ୍ରତିରକ୍ଷା ମନ୍ତ୍ରୀ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଷ୍ଟିଲ୍ଥ ଫ୍ରିଗେଟ୍ ତାରାଗିରିକୁ ସେନାରେ କରିବାକୁ ବିଶାଖାପାଟଣା ଗସ୍ତ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ଆଣବିକ ୱାର୍‌ହେଡ୍‌-ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ସହିତ ସଜ୍ଜିତ ଆଇଏନ୍ଏସ୍ ଅରିଦମନ ଭାରତର ସମୁଦ୍ରଭିତ୍ତିକ ଆଣବିକ ପ୍ରତିରୋଧକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଆଣବିକ ଶକ୍ତିଚାଳିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଯୁକ୍ତ ବୁଡ଼ାଜାହାଜ (ଏସ୍ଏସ୍‌ବିଏନ୍) ନିର୍ମାଣ ଓ ପରିଚାଳନା ପାଇଁ ଅରିଦମନ ହେଉଛି ଭାରତର ତୃତୀୟ ଉଚ୍ଚ ବର୍ଗୀକୃତ ପ୍ରକଳ୍ପ। ଏହାର ଆନୁଷ୍ଠାନିକ କମିସନିଂ ଏହାର ପୂର୍ବବର୍ତ୍ତୀ ଆଇଏନ୍ଏସ୍ ଅରିହନ୍ତ (୨୦୧୬ରେ କାର୍ଯ୍ୟକ୍ଷମ) ଓ ଆଇଏନ୍ଏସ୍ ଆରିଘାତ (ଅଗଷ୍ଟ ୨୦୨୪ରେ କାର୍ଯ୍ୟକ୍ଷମ ହୋଇଥିଲା)ର ପଦାଙ୍କ ଅନୁସରଣ କରିବ। ଆଜି ରାଜନାଥ ସିଂହ ଭାରତୀୟ ନୌସେନାର ପୂର୍ବ କମାଣ୍ଡର ମୁଖ୍ୟାଳୟ ବିଶାଖାପାଟଣା ଗସ୍ତ କରିଛନ୍ତି, ଯେଉଁଠାରେ ସେ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଷ୍ଟିଲ୍ଥ ଫ୍ରିଗେଟ୍ ତାରାଗିରିକୁ ସେନାରେ ସାମିଲ କରିଛନ୍ତି। ବିଶାଖାପାଟଣା ଭାରତର ଆଣବିକ ବୁଡ଼ାଜାହାଜ ପାଇଁ ଉଭୟ ନିର୍ମାଣ କେନ୍ଦ୍ର ଓ ବର୍ତ୍ତମାନର ଘରୋଇ ବନ୍ଦର ଭାବରେ କାର୍ଯ୍ୟ କରେ।
ଆଇଏନ୍ଏସ୍ ଅରିଦମନର ସାମର୍ଥ୍ୟ

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button