ଓଡିଶାଜିଲ୍ଲା

Foreign liquor: ବିଦେଶୀ ମଦ-ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଚୋରା ମଦ ବ୍ୟବସାୟ କରୁଥିବା ସଞ୍ଜୟ ଧଳ, ପି. ବ୍ରହ୍ମାନନ୍ଦ ଧଳ ନିକଟରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବଦ କରିବାରେ...

ହାଟଡିହି (କିଶୋର ଆଚାର୍ଯ୍ୟ):କେନ୍ଦୁଝରଜିଲ୍ଲା ନନ୍ଦିପଦା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଚୋରା ମଦ ବ୍ୟବସାୟ କରୁଥିବା ସଞ୍ଜୟ ଧଳ, ପି. ବ୍ରହ୍ମାନନ୍ଦ ଧଳ ନିକଟରୁ ପୁଲିସ ବିପୁଳ ପରିମାଣର ବିଦେଶୀ ମଦ ଜବଦ କରିବାରେ  ସଫଳ ହୋଇଛି।

ସୂଚନାରୁ ଜଣାଯାଇଛି ଯେ ଟୁକୁଣା ଗ୍ରାମର ସଞ୍ଜୟ ଧଳ ଅନେକ ଦିନ ହେଲା ଟୁକୁଣାରେ ଚୋରା ମଦ ବ୍ୟବସାୟ କରୁଥିଲେ। ଏପରିକି ଗତ ୨ତାରିଖ ଦିନ ସଞ୍ଜୟ ମଦବିକ୍ରୀ ବେଳେ ଧରାପଡ଼ି ଜେଲ୍‌ ଯାଇଥିଲା। ଆଜି ଅପରାହ୍ନରେ ନନ୍ଦିପଦା ଥାନା ଏସ ଆଇ ସୋଲିନା ନାୟକ ପେଟ୍ରୋଲିଙ୍ଗ କରୁଥିବା ବେଳେ ଟୁକୁଣା ନିକଟରେ ଯାଉଥିବା ଏକ ପିକଅପ ଭ୍ୟାନକୁ ସନ୍ଦେହ କରି ଅଟକାଇବାରୁ ଚାଳକ ଗାଡି ଥୋଇଦେଇ ଦୌଡ଼ି ପଳାଇଥିଲା। ପୁଲିସ  ଯାଞ୍ଚ କରିବା ବେଳେ ତା ଭିତରୁ ବିପୁଳ ପରିମାଣର ବିଦେଶୀ ମଦ ରହିଥିବା ଦେଖିବାକୁ ପାଇଥିଲା।

ଏହି ଘଟଣାରେ ପୁଲିସ ମଦ ବ୍ୟବସାୟୀ ସଞ୍ଜୟକୁ ଗିରଫ କରିଛି। ଗାଡି ଭିତରୁ ମୋଟ ୪୦୮ ପିସ ବିଦେଶୀ ମଦ ଜବଦ ହୋଇଥିବା ଥାନା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ସଞ୍ଜୟ ଏହି ମଦ କେଉଁଠାରୁ ଆଣୁଥିଲେ ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି। ପିକଅପ ଭ୍ୟାନ ଟିକୁ ମଧ୍ୟ ପୋଲିସ ଜବଦ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button