ଓଡିଶାଜିଲ୍ଲା

Former principal: ହୋଟେଲ୍‌ରୁ ଧରାପଡ଼ିଲେ ପୂର୍ବତନ ପ୍ରଧାନଶିକ୍ଷକ ଓ ପତ୍ନୀ

କୋରେଇ ଶିକ୍ଷା ମଣ୍ଡଳରେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ସାଢ଼େ ୫କୋଟିରୁ ଊର୍ଦ୍ଧ୍ୱ ପେନ୍‌ସନ ଟଙ୍କା ହଡ଼ପ ମାମଲାର ମାଷ୍ଟରମାଇଣ୍ଡ୍‌ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି....

ଯାଜପୁର: କୋରେଇ ଶିକ୍ଷା ମଣ୍ଡଳରେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ସାଢ଼େ ୫କୋଟିରୁ ଊର୍ଦ୍ଧ୍ୱ ପେନ୍‌ସନ ଟଙ୍କା ହଡ଼ପ ମାମଲାର ମାଷ୍ଟରମାଇଣ୍ଡ୍‌ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ଗୀତରାଣୀ ଏବଂ କୋରେଇ ବିଇଓ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ବିଷ୍ଣୁ ଦାସଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଗତକାଲି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ୍‌ ପ୍ରଦୀପଙ୍କ ବ୍ୟାଙ୍କ ଅଧିକାରୀ ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଶିକ୍ଷା ବିଭାଗର ଆହୁରି ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ସାମିଲ ଥିବାରୁ ସେମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦିଆଯିବା ସହିତ ପେନସନ ଓ ଦରମା ଟଙ୍କା ବନ୍ଦ କରାଯାଇ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେମାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଜଣାଯାଇଛି।

ଏହି ଅର୍ଥନୈତିକ ଅପରାଧର ପର୍ଦ୍ଦାଫାସ୍‌ ହେବା ପରଠାରୁ ମାଷ୍ଟରମାଇଣ୍ଡ୍‌ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟ ଫେରାର ହୋଇଯାଇଥିଲେ। କୋଲକାତାରେ ତାଙ୍କ ଶେଷ ଲୋକେସନ୍‌ ମିଳିଥିଲା। ଗତକାଲି ରାତିରେ ହଠାତ୍‌ ଫେରାର ଦମ୍ପତିଙ୍କ ଉପସ୍ଥିତି ଭଦ୍ରକ ଜିଲ୍ଲା ଚରମ୍ପାସ୍ଥିତ ଏକ ହୋଟେଲରେ ମିଳିବା ପରେ ଅତର୍କିତ ଚଢ଼ଉ କରାଯାଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ କୋରେଇ ବିଇଓ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା କନିଷ୍ଠ କିରାଣି ବିଷ୍ଣୁ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button