ଦେଶ ବିଦେଶ

Fuel Prices: ଦୁବାଇଠାରୁ ଭାରତରେ ଶସ୍ତା ମିଳୁଛି ପେଟ୍ରୋଲ ଓ ଡିଜେଲ

ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଇନ୍ଧନ ପ୍ରଚୁର ଓ ଶସ୍ତା ବୋଲି ରହିଥିବା ସାଧାରଣ ଧାରଣାକୁ ଭାଙ୍ଗି ଏବେ ଦୁବାଇ ଠାରୁ ଭାରତର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କମ୍ ରହିଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଇନ୍ଧନ ପ୍ରଚୁର ଓ ଶସ୍ତା ବୋଲି ରହିଥିବା ସାଧାରଣ ଧାରଣାକୁ ଭାଙ୍ଗି ଏବେ ଦୁବାଇ ଠାରୁ ଭାରତର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କମ୍ ରହିଛି। ଅକ୍ଟୋବର ମାସ ପାଇଁ ଦୁବାଇ ସରକାର ଇନ୍ଧନ ଦରରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି କରିବା ପରେ ଏଭଳି ଏକ ରୋଚକ ଆକଳନ ସାମ୍ନାକୁ ଆସିଛି।

ଆଜିର ବିନିମୟ ମୂଲ୍ୟ ଅନୁଯାୟୀ, ଦୁବାଇରେ ”ସ୍ପେଶାଲ ୯୫” ଗ୍ରେଡ୍ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୪.୨୮ ଦିରହାମ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୧୦ ଟଙ୍କା ୪ ପଇସା ରହିଛି। ସେହିପରି ଦୁବାଇରେ ଡିଜେଲ ଲିଟର ପିଛା ୪.୮୦ ଦିରହାମ୍ ଅର୍ଥାତ୍ ପ୍ରାୟ ୧୨୩ ଟଙ୍କା ୪୧ ପଇସାରେ ବିକ୍ରି ହେଉଛି। ତୁଳନାତ୍ମକ ଭାବେ, ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୨୦ ପଇସାରେ ମିଳୁଛି। ଅର୍ଥାତ୍ ଦୁବାଇ ତୁଳନାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୭ ଟଙ୍କା ୯୨ ପଇସା ଶସ୍ତା ଏବଂ ଡିଜେଲ ପ୍ରାୟ ୨୮ ଟଙ୍କା ୨୧ ପଇସା ଶସ୍ତା ରହିଛି।

ସାମ୍ନାକୁ ଆସିଛି ରୋଚକ ଆକଳନ

ଭାରତର ଅନ୍ୟାନ୍ୟ ସହରଗୁଡ଼ିକରେ ରାଜ୍ୟ ଭ୍ୟାଟ୍ ଏବଂ ପରିବହନ ଖର୍ଚ୍ଚ ଭିନ୍ନ ହୋଇଥିବାରୁ ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଦୁବାଇଠାରୁ ସାମାନ୍ୟ ଅଧିକ ରହିଛି। ତେବେ ଡିଜେଲ ମୂଲ୍ୟ ଭାରତର ସମସ୍ତ ପ୍ରମୁଖ ସହରରେ ଦୁବାଇ ତୁଳନାରେ ଯଥେଷ୍ଟ କମ୍ ରହିଛି। ଉଦାହରଣ ସ୍ୱରୂପ ମୁମ୍ବାଇରେ ପେଟ୍ରୋଲ ୧୧୧ ଟଙ୍କା ୨୧ ପଇସା ଏବଂ ଡିଜେଲ ୯୭ ଟଙ୍କା ୮୩ ପଇସା ଥିବାବେଳେ କୋଲକାତାରେ ପେଟ୍ରୋଲ ୧୧୩ ଟଙ୍କା ୫୧ ପଇସା ଏବଂ ଡିଜେଲ ୯୯ ଟଙ୍କା ୮୨ ପଇସା ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button