ବିଶେଷ

Gadget in Focus: Smartphone with keyboard: ଫୋକସ୍‌ରେ ଗ୍ୟାଜେଟ୍: କିବୋର୍ଡ ସହ ସ୍ମାର୍ଟଫୋନ୍

ଟଚ୍‌ସ୍କ୍ରିନ୍‌ ଆସିବା ପରେ କିପ୍ୟାଡ୍‌ ବା କିବୋର୍ଡ ଥିବା ମୋବାଇଲ ଫୋନ୍‌ ଏକପ୍ରକାର ଉଭେଇଯାଇଛି। ତେବେ ବଟନ୍‌ କିବୋର୍ଡ ପ୍ରତି ଗୋଟିଏ ଗୋଷ୍ଠୀର ଦୁର୍ବଳତା ଏବେ ମଧ୍ୟ ରହିଛି। ତାହାର ପ୍ରମାଣ ମିଳିଥିଲା କ୍ଲିକ୍‌ସ କମ୍ପାନି ଦୁଇ ବର୍ଷ ତଳେ ବିକ୍ରି ଆରମ୍ଭ କରିଥିବା....

ଟଚ୍‌ସ୍କ୍ରିନ୍‌ ଆସିବା ପରେ କିପ୍ୟାଡ୍‌ ବା କିବୋର୍ଡ ଥିବା ମୋବାଇଲ ଫୋନ୍‌ ଏକପ୍ରକାର ଉଭେଇଯାଇଛି। ତେବେ ବଟନ୍‌ କିବୋର୍ଡ ପ୍ରତି ଗୋଟିଏ ଗୋଷ୍ଠୀର ଦୁର୍ବଳତା ଏବେ ମଧ୍ୟ ରହିଛି। ତାହାର ପ୍ରମାଣ ମିଳିଥିଲା କ୍ଲିକ୍‌ସ କମ୍ପାନି ଦୁଇ ବର୍ଷ ତଳେ ବିକ୍ରି ଆରମ୍ଭ କରିଥିବା ‘କିବୋର୍ଡ’ ନାମକ ଗ୍ୟାଜେଟ୍‌ ପ୍ରତି ଲୋକଙ୍କ ଆଗ୍ରହରୁ। ଏହି ଉପକରଣଟି ଆଇଫୋନ୍‌ ଭଳି ସ୍ମାର୍ଟଫୋନ୍‌ ସହ ଯୋଡ଼ିହୋଇ ଟାଇପ୍‌ କରିବାର ଅଭିଜ୍ଞତାକୁ ରୋଚକ କରିଥାଏ। ଏହି ଆଗ୍ରହକୁ ଦୃଷ୍ଟିରେ ରଖି କ୍ଲିକ୍‌ସ କମ୍ପାନି କମ୍ୟୁନିକେଟର୍‌ ନାମକ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ସମ୍ପର୍କରେ ଘୋଷଣା କରିଛି। ଏହି ଫୋନ୍‌ରେ ୪.୦୩ ଇଞ୍ଚର ଏକ ବର୍ଗାକାର ଓଏଲ୍‌ଇଡି ପରଦା ଲାଗିଛି। ଏହାକୁ ଏକ ସ୍ବୟଂସଂପୂର୍ଣ୍ଣ ଫୋନ୍‌ ଭାବେ ବ୍ୟବହାର କରିହେବ, କିନ୍ତୁ ଦୁଇଟି ଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହାକୁ ଡିଜାଇନ୍‌ କରାଯାଇଛି।

ଗ୍ରାହକମାନେ ନିଜର ଅନ୍ୟ ସ୍ମାର୍ଟଫୋନକୁ ମନୋରଂଜନ ଓ ଫଟୋଗ୍ରାଫି ପାଇଁ ବ୍ୟବହାର କରି, ଏହାକୁ ସ୍ବତନ୍ତ୍ର ଭାବେ ବାର୍ତ୍ତା ଆଦାନପ୍ରଦାନ ଲାଗି ବ୍ୟବହାର କରନ୍ତୁ ବୋଲି କମ୍ପାନି ଚାହେଁ। ଏହାର ବ୍ଲାକ୍‌ବେରି ଫୋନ୍‌ ଶୈଳୀର କିବୋର୍ଡଟିର ସ୍ପେସ୍‌ ବାର୍‌ରେ ଫିଙ୍ଗର୍‌ପ୍ରିଣ୍ଟ ସ୍କାନର ଲାଗିଛି। ଡାହାଣ ପାର୍ଶ୍ବରେ ଲାଗିଥିବା ‘ପ୍ରମ୍ପ୍‌ଟ କି’ ଜରିଆରେ ସ୍ବର ସାହାଯ୍ୟରେ ଟାଇପିଂ ଭଳି କାର୍ଯ୍ୟ ସମ୍ପାଦନ କରିହେବ। ଏହି ଫୋନ୍‌ରେ ୪୦୦୦ ଏମ୍‌ଏଚ୍‌ କ୍ଷମତା ବିଶିଷ୍ଟ ସିଲିକନ୍‌-କାର୍ବନ ବ୍ୟାଟେରି, ୨୫୬ ଜିବି ମେମୋରି, ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ୍‌, ହେଡ୍‌ଫୋନ୍‌ ଜ୍ୟାକ୍‌, କ୍ବି୨ ବେତାର ଚାର୍ଜିଂ, ୫୦ଏମ୍‌ପି ମୁଖ୍ୟ କ୍ୟାମେରା, ୨୪ଏମ୍‌ପି ସେଲ୍‌ଫି କ୍ୟାମେରା, ୫ଜି, ଏନ୍‌ଏଫ୍‌ସି, ଵାଇଫାଇ ୬ ପରି ବୈଶିଷ୍ଟ୍ୟ ରହିଛି। କିଛି ମାସ ପରେ ମୁକ୍ତିଲାଭ କରିବାକୁ ଥିବା କ୍ଲିକ୍‌ସ କମ୍ୟୁନିକେଟର୍‌ ଫୋନ୍‌ଟି ୪୯୯ ଡଲାର୍‌ (ପ୍ରାୟ ୪୫,୦୦୦) ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button