ବିଶେଷ

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ସ୍ନାପ୍‌ଡ୍ରାଗନ୍‌ ୮ ଜେନ୍‌ ୫ ଖଚିତ ପ୍ରଥମ ଫୋନ୍‌

ପ୍ରିମିଅମ୍ ମିଡ୍‌-ରେଞ୍ଜ ବିଭାଗରେ ଵାନ୍‌ପ୍ଲସ୍‌ ୧୫ଆର୍‌ ସ୍ମାର୍ଟଫୋନ୍‌ର ବିକ୍ରି କିଛି ଦିନ ତଳେ ଆରମ୍ଭ ହୋଇଛି। ଏହା ଏବେ ଅପେକ୍ଷାକୃତ କମ୍ ମୂଲ୍ୟରେ ଉତ୍କୃଷ୍ଟ ଫିଚର୍‌ ବହନ କରୁଥିବା ଫୋନ୍‌ ଭାବେ ଉଭା ହୋଇଛି।

ପ୍ରିମିଅମ୍ ମିଡ୍‌-ରେଞ୍ଜ ବିଭାଗରେ ଵାନ୍‌ପ୍ଲସ୍‌ ୧୫ଆର୍‌ ସ୍ମାର୍ଟଫୋନ୍‌ର ବିକ୍ରି କିଛି ଦିନ ତଳେ ଆରମ୍ଭ ହୋଇଛି। ଏହା ଏବେ ଅପେକ୍ଷାକୃତ କମ୍ ମୂଲ୍ୟରେ ଉତ୍କୃଷ୍ଟ ଫିଚର୍‌ ବହନ କରୁଥିବା ଫୋନ୍‌ ଭାବେ ଉଭା ହୋଇଛି। ଭାରତର ପ୍ରଥମ ଫୋନ୍‌ ଭାବେ ଏଥିରେ କ୍ବାଲ୍‌କମ୍‌ର ସ୍ନାପ୍‌ଡ୍ରାଗନ୍‌ ୮ ଜେନ୍‌ ୫ ଟିପ୍‌ସେଟ୍‌ ଲାଗିଛି। ୧୬୫ ହର୍ଜ ଆମୋଲେଡ୍‌ ଡିସ୍‌ପ୍ଲେ ଓ ସୋନିର ୫୦ ମେଗାପିକ୍ସଲ୍‌ କ୍ୟାମେରା, ୮,୪୦୦ ଏମ୍‌ଏଚ୍‌ ବ୍ୟାଟେରି ଭଳି ବୈଶିଷ୍ଟ୍ୟ ରହିଛି।

ଏହାର ପରଦାର ଆକାର ୬.୮୩ ଇଞ୍ଚ, ରିଜୋଲ୍ୟୁସନ୍ ୧.୫କେ ଏବଂ ଏହା କର୍ନିଂ ଗରିଲା ଗ୍ଲାସ୍‌ ୭ଆଇ ଦ୍ବାରା ସୁରକ୍ଷିତ। ଏଲ୍‌ପିଡିଡିଆର୍‌୫ଏକ୍‌ସ ଅଲ୍‌ଟ୍ରା ରାମ୍‌, ୟୁଏଫ୍‌ଏସ୍‌ ୪.୧ ଷ୍ଟୋରେଜ୍‌ ଯୋଗୁଁ ଫୋନ୍‌ଟି ଭାରୀ କାର୍ଯ୍ୟଗୁଡ଼ିକୁ ଅନାୟାସରେ ସମ୍ପାଦନ କରିଥାଏ। ଚିରାଚରିତ ଲିଥିଅମ୍‌ ଆୟନ୍‌ ବ୍ୟାଟେରି ବଦଳରେ ଏଥିରେ ଅତ୍ୟାଧୁନିକ ସିଲିକନ୍‌ କାର୍ବନ୍‌ ବ୍ୟାଟେରି ଲାଗିଛି, ଯାହା କମ୍ ଆକାରରେ ଅଧିକ ଚାର୍ଜ ଧାରଣ କରିବାକୁ ସକ୍ଷମ। ସ୍ବତନ୍ତ୍ର ଭାବେ ଗେମିଂ ପାଇଁ ଏଥିରେ ବାଇପାସ୍‌ ଚାର୍ଜିଂ, ୩୨୦୦ହର୍ଜ ଟଚ୍‌ ରେସପନ୍‌ସ ରେଟ୍‌ ଭଳି ଫିଚର୍‌ ରହିଛି। ଏହାର ପଛପଟେ ଦୁଇଟି କ୍ୟାମେରା ଲାଗିଛି: ୫୦ଏମ୍‌ପି ସୋନି ଆଇଏମ୍‌ଏକ୍‌ସ୯୦୬ ସେନ୍‌ସନ୍‌ (ଅପ୍‌ଟିକାଲ୍‌ ଇମେଜ୍‌ ଷ୍ଟାବିଲାଇଜେସନ୍‌ ସହ) ଓ ୮ଏମ୍‌ପି ଅଲ୍‌ଟ୍ରାଵାଇଡ୍‌ କ୍ୟାମେରା। ସେଲ୍‌ଫି ପାଇଁ ଏଥିରେ ଏକ ୩୨ଏମ୍‌ପି କ୍ୟାମେରା ରହିଛି।
ଫୋନ୍‌ ସହିତ ମିଳୁଥିବା ୮୦ଵାଟ୍‌ ଫାଷ୍ଟ ଚାର୍ଜର୍‌ ଦ୍ବାରା ଏହାକୁ ଚାର୍ଜ କରିହେବ। ଜଳ ଓ ଧୂଳିରୁ ସଂପୂର୍ଣ୍ଣ ସୁରକ୍ଷା ପାଇଁ ଏହାକୁ ଆଇପି୬୬, ଆଇପି୬୮, ଆଇପି୬୯ ଓ ଆଇପି୬୯କେ ରେଟିଂ ମିଳିଛି। ଏହା ଆଣ୍ଡ୍ରଏଡ୍‌ ୧୬ ଉପରେ ପର୍ଯ୍ୟବସିତ ଅକ୍ସିଜେନ୍‌ ଓଏସ୍‌ ୧୬ ଅପରେଟିଂ ସିଷ୍ଟମ୍‌ ଦ୍ବାରା କାର୍ଯ୍ୟକ୍ଷମ। ଫୋନ୍‌ଟିକୁ ଚାରି ବର୍ଷର ଓଏସ୍‌ ଅପଡେଟ୍‌ ଓ ଛଅ ବର୍ଷର ସିକ୍ୟୁରିଟି ଅପ୍‌ଡେଟ୍‌ ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଭାରତରେ ଏହାର ୧୨ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ସଂସ୍କରଣର ମୂଲ୍ୟ ୪୭,୯୯୯ ଟଙ୍କା ଏବଂ ୨୫୬ଜିବି ଷ୍ଟୋରେଜ୍‌ର ମୂଲ୍ୟ ୫୨,୯୯୯ ଟଙ୍କା। ଚାର୍‌କୋଲ୍‌ ବ୍ଲାକ୍‌, ମିଣ୍ଟ ବ୍ରିଜ୍‌ ଓ ଇଲେକ୍ଟ୍ରିକ୍‌ ଭାୟୋଲେଟ୍‌ ରଙ୍ଗରେ ଏହା ଉପଲବ୍‌ଧ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button