ପ୍ରିମିଅମ୍ ମିଡ୍-ରେଞ୍ଜ ବିଭାଗରେ ଵାନ୍ପ୍ଲସ୍ ୧୫ଆର୍ ସ୍ମାର୍ଟଫୋନ୍ର ବିକ୍ରି କିଛି ଦିନ ତଳେ ଆରମ୍ଭ ହୋଇଛି। ଏହା ଏବେ ଅପେକ୍ଷାକୃତ କମ୍ ମୂଲ୍ୟରେ ଉତ୍କୃଷ୍ଟ ଫିଚର୍ ବହନ କରୁଥିବା ଫୋନ୍ ଭାବେ ଉଭା ହୋଇଛି। ଭାରତର ପ୍ରଥମ ଫୋନ୍ ଭାବେ ଏଥିରେ କ୍ବାଲ୍କମ୍ର ସ୍ନାପ୍ଡ୍ରାଗନ୍ ୮ ଜେନ୍ ୫ ଟିପ୍ସେଟ୍ ଲାଗିଛି। ୧୬୫ ହର୍ଜ ଆମୋଲେଡ୍ ଡିସ୍ପ୍ଲେ ଓ ସୋନିର ୫୦ ମେଗାପିକ୍ସଲ୍ କ୍ୟାମେରା, ୮,୪୦୦ ଏମ୍ଏଚ୍ ବ୍ୟାଟେରି ଭଳି ବୈଶିଷ୍ଟ୍ୟ ରହିଛି।

