ଦେଶ ବିଦେଶ

Gas: ଗ୍ୟାସ୍‌ ସଙ୍କଟ; ପୁଲିସ ସୁରକ୍ଷାରେ ବଣ୍ଟାଗଲା ସିଲିଣ୍ଡର

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଏଲ୍‌ପିଜି ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଗ୍ୟାସ୍‌କୁ ନେଇ ଜରୁରୀ ପରିସ୍ଥିତି ଦେଖାଦେଇଛି। ଲୋକମାନେ ଗ୍ୟାସ୍‌ ପାଇବାକୁ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍‌ ଲଗାଉଛନ୍ତି। ଉତ୍ତରପ୍ରଦେଶରେ ବୁକିଂର ୪-୫ ଦିନ ପରେ...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଏଲ୍‌ପିଜି ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଗ୍ୟାସ୍‌କୁ ନେଇ ଜରୁରୀ ପରିସ୍ଥିତି ଦେଖାଦେଇଛି। ଲୋକମାନେ ଗ୍ୟାସ୍‌ ପାଇବାକୁ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍‌ ଲଗାଉଛନ୍ତି। ଉତ୍ତରପ୍ରଦେଶରେ ବୁକିଂର ୪-୫ ଦିନ ପରେ ମଧ୍ୟ ଗ୍ୟାସ୍‌ ମିଳୁନି। ଗୋରଖପୁର-ସିଦ୍ଧାର୍ଥନଗରରେ ପୁଲିସ ଉପସ୍ଥିତିରେ ଲୋକମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର ବଣ୍ଟାଯାଇଥିଲା। ‌

ଅଯୋଧ୍ୟାରେ ଏଲ୍‌ପିଜି ଅଭାବରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ରୋଷେଇ ବନ୍ଦ କରିଦିଆଯାଇଛି। ଗତ ଆଠ ବର୍ଷ ଭିତରେ ରୋଷେଇ ବନ୍ଦ କରାଯିବାର ଏହା ପ୍ରଥମ ଘଟଣା। ଏପଟେ ଦିଲ୍ଲୀ ହାଇକୋର୍ଟ କ୍ୟାଣ୍ଟିନରେ ଏଲ୍‌ପିଜି ନଥିବାରୁ ମୁଖ୍ୟ ଖାଦ୍ୟ ପ୍ରସ୍ତୁତି ବନ୍ଦ ହୋଇଛି। ଗ୍ୟାସ୍‌ ସିଲିଣ୍ଡର ନଥିବାରୁ ଭୋଜନ ଦିଆଯାଇପାରିବ ନାହିଁ ବୋଲି କ୍ୟାଣ୍ଟିନ କର୍ତ୍ତୃପକ୍ଷ କହିଛନ୍ତି। ବିହାରରେ ଗତ ଦୁଇଦିନ ହେଲାଣି ବାଣିଜ୍ୟିକ ଏଲ୍‌ପିଜି ବୁକିଂ ବନ୍ଦ ରହିଛି। ଫଳରେ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ଗୁରୁତର ପ୍ରଭାବିତ ହୋଇଛନ୍ତି।

ଘରୋଇ ଗ୍ୟାସ୍‌ ପାଇବା ଲାଗି ଏଜେନ୍ସି ସାମ୍ନାରେ ଲୋକମାନେ ରାତିରୁ ଲମ୍ବା ଲାଇନ ଲଗାଉଛନ୍ତି। କିଛି ଗ୍ୟାସ୍‌ ଏଜେନ୍ସିରେ ତାଲା ଝୁଲୁଛି। ରାଜସ୍ଥାନରେ ୧୯୦୦ ଟଙ୍କାର ସିଲିଣ୍ଡର ୨୫୦୦ ଟଙ୍କାରେ ବିକ୍ରି ହେଉଛି। ପଞ୍ଜାବରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ବୁକିଂ ବନ୍ଦ ରହିଛି। ସୋମବାରଠାରୁ ବିଭିନ୍ନ ଜିଲ୍ଲାରେ କମର୍ସିଆଲ ଏଲ୍‌ପିଜି ଯୋଗାଣ ବନ୍ଦ ହୋଇଛି। ଗୁଜରାଟରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ୨୫୦୦୦-୩୦୦୦ ଟଙ୍କାରେ ବିକ୍ରି ହେଉଥିବା ଖବର ଆସିଛି। ଘରୋଇ ଗ୍ୟାସ୍‌ ପାଇବା ଲାଗି ମଧ୍ୟ ଲୋକମାନେ ଗ୍ୟାସ୍‌ ଏଜେନ୍ସି ସାମ୍ନାରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button