ଦେଶ ବିଦେଶ

GateofTears: ଗେଟ୍ ଅଫ୍ ଟିୟର୍ସ: ଆଉ ଏକ ସଂକୀର୍ଣ୍ଣ ଜଳପଥ ଯାହା ହର୍ମୁଜ ପରେ ଜାହାଜଗୁଡ଼ିକୁ କନ୍ଦାଇପାରେ

ଲୋହିତ ସାଗରର ବାବ୍ ଏଲ୍-ମଣ୍ଡେବ ପ୍ରଣାଳୀ। ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରେ ଥିବା ଏହି ପ୍ରଣାଳୀ ବର୍ତ୍ତମାନ ଦ୍ୱିତୀୟ ଚିନ୍ତା ଭାବରେ ଉଭା ହେଉଛି।

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରର ଦୃଷ୍ଟି ସପ୍ତାହେ ଧରି ଗୋଟିଏ ସାମୁଦ୍ରିକ ଧମନୀ – ହର୍ମୁଜ ପ୍ରଣାଳୀ ଉପରେ ରହିଛି। କିନ୍ତୁ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ବିବାଦ ଗଭୀର ହେବା ସହିତ ଧ୍ୟାନ ବର୍ତ୍ତମାନ ଦକ୍ଷିଣ ଆଡକୁ ଅନ୍ୟ ଏକ ସଂକୀର୍ଣ୍ଣ ଜଳପଥକୁ ଯାଇଛି। ତାହା ହେଉଛି, ଲୋହିତ ସାଗରର ବାବ୍ ଏଲ୍-ମଣ୍ଡେବ ପ୍ରଣାଳୀ। ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରେ ଥିବା ଏହି ପ୍ରଣାଳୀ ବର୍ତ୍ତମାନ ଦ୍ୱିତୀୟ ଚିନ୍ତା ଭାବରେ ଉଭା ହେଉଛି। କାରଣ ୟେମେନର ଇରାନ ସମର୍ଥିତ ହୁତିମାନେ ଇରାନ ସପକ୍ଷରେ ଆମେରିକା-ଇସ୍ରାଏଲ ବିରୋଧରେ ବର୍ତ୍ତମାନ ଯୁଦ୍ଧରେ ପ୍ରବେଶ କରିବା ସହିତ ଏଠାରେ ବଡ଼ ଧରଣର ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ରହିଛି।

ସାମ୍ପ୍ରତିକ ପରିସ୍ଥିତିରେ ବାବ୍ ଏଲ୍-ମଣ୍ଡେବ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି କାରଣ ଥରେ ହର୍ମୁଜ ଚାପରେ ଆସିଗଲେ, ତୁରନ୍ତ ପରବର୍ତ୍ତୀ ପ୍ରମୁଖ ସଂକୀର୍ଣ୍ଣ ଜଳପଥ ଆଡକୁ ଧ୍ୟାନ ଦିଆଯାଏ ଯାହା ଉଭୟ ଶକ୍ତି ପ୍ରବାହ ଓ ବିଶ୍ୱ ବାଣିଜ୍ୟକୁ ବ୍ୟାହତ କରିପାରେ। ହର୍ମୁଜ ହେଉଛି ବୃହତ୍ ତୈଳ ପରିବହନ ମାର୍ଗ, କିନ୍ତୁ ବାବ୍ ଏଲ୍-ମଣ୍ଡେବ ହେଉଛି ବ୍ୟାପକ ବାଣିଜ୍ୟ ପରିବହନ ମାର୍ଗ। ଲୋହିତ ସାଗର ଓ ସୁଏଜ୍ କରିଡରର ଦକ୍ଷିଣ ପ୍ରବେଶ ଦ୍ୱାର ଭାବରେ, ସେଠାରେ କୌଣସି ଗୁରୁତର ବିପଦ କେବଳ ତୈଳ ଟ୍ୟାଙ୍କର୍ ନୁହେଁ ବରଂ କଣ୍ଟେନର ସେବା, ବ୍ରେକ୍‌ବଲ୍‌କ, ଶୁଖିଲା କାର୍ଗୋ ଗତିବିଧି, ଜାହାଜ ଉପଲବ୍ଧତା, ବୀମା, ଯୁଦ୍ଧ ବିପଦ ପ୍ରିମିୟମ୍ ଓ ସାମଗ୍ରିକ ସାମୁଦ୍ରିକ ପରିିବହନ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରେ ବୋଲି ବିଶ୍ୱର ସର୍ବବୃହତ୍ ନଗଦ କ୍ରେତା ଜିଏମ୍ଏସ୍‌ର ବ୍ୟବସାୟ ବିକାଶ ଉପସଭାପତି ନୟିମ ନୁର କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button