ଜୀବନଚର୍ଯ୍ୟା
Gender: ଭାଙ୍ଗୁଛି ଲିଙ୍ଗଭିତ୍ତିକ ପେସାର ଧାରଣା
ଭାରତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏକ ନିରବ ବିପ୍ଳବ ଚାଲିଛି। କେବଳ ନାରୀ ବା ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିପାରିବେ ବୋଲି ରହିଥିବା ବଦ୍ଧମୂଳ ଧାରଣାକୁ ନୂଆ ପିଢ଼ିର ପେସାଦାରମାନେ ଭାଙ୍ଗିବାରେ ଲାଗିଛନ୍ତି।

ଭାରତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏକ ନିରବ ବିପ୍ଳବ ଚାଲିଛି। କେବଳ ନାରୀ ବା ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିପାରିବେ ବୋଲି ରହିଥିବା ବଦ୍ଧମୂଳ ଧାରଣାକୁ ନୂଆ ପିଢ଼ିର ପେସାଦାରମାନେ ଭାଙ୍ଗିବାରେ ଲାଗିଛନ୍ତି। ‘ଵାର୍କଇଣ୍ଡିଆ’ ଦ୍ବାରା କରାଯାଇଥିବା ସଦ୍ୟ ଅଧ୍ୟୟନ ଅନୁସାରେ ଯେଉଁସବୁ କାର୍ଯ୍ୟ ବା ପେସା କେବଳ ଗୋଟିଏ ଲିଙ୍ଗର କର୍ମଚାରୀଙ୍କ ସହ ଜଡ଼ିତ ଥିଲା ସେଗୁଡ଼ିକରେ ଏବେ ବିପରୀତ ଲିଙ୍ଗର କର୍ମଚାରୀମାନେ ରେକର୍ଡ ସଂଖ୍ୟାରେ ପ୍ରବେଶ କରୁଛନ୍ତି।
ଉଚ୍ଚ-ଦକ୍ଷତାସଂପନ୍ନ ପେସାଦାର ପଦରେ ପାରମ୍ପରିକ ଭାବେ ପୁରୁଷମାନେ ନିଯୁକ୍ତ ହେଉଥିବା ବେଳେ ମହିଳାମାନେ ଏବେ ସେହିସବୁ ପଦ ପାଇଁ ଅଧିକ ସଂଖ୍ୟାରେ ଆବେଦନ କରୁଛନ୍ତି। ଉଦାହରଣ ସ୍ବରୂପ ଆଇନ ପେସାରେ ପୁରୁଷଙ୍କ ପ୍ରାଧାନ୍ୟ ରହିଆସିଛି କିନ୍ତୁ ୨୦୨୪ରୁ ୨୦୨୫ ମଧ୍ୟରେ ଆଇନ ପେସାରେ ନିଯୁକ୍ତି ଲାଗି ମହିଳା ଆବେଦନକାରୀଙ୍କ ସଂଖ୍ୟା ୧୩୭% ବୃଦ୍ଧି ପାଇଛି।



