ଦେଶ ବିଦେଶ

Harassment: ଯୌନ ଉତ୍ପୀଡ଼ନ ମାମଲାରେ କଂଗ୍ରେସ ସାଂସଦଙ୍କୁ ଆଶ୍ୱସ୍ତି

ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଆଙ୍ଗୋମଚା ବିମଲ ଆକୋଇଜାମଙ୍କୁ ଗୁରୁବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି।

ନୂଆଦିଲ୍ଲୀ : ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଆଙ୍ଗୋମଚା ବିମଲ ଆକୋଇଜାମଙ୍କୁ ଗୁରୁବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଗିରଫ ଭଳି କୌଣସି କଠୋର ପଦକ୍ଷେପ ନେବାର ୬ ଦିନ ପୁର୍ବରୁ ତାଙ୍କୁ ନୋଟିସ୍‌ ଦେବାକୁ ସ୍ୱତନ୍ତ୍ର ବିଚାରପତି ଦିଗ୍‌ ବିନୟ ସିଂହ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆକୋଇଜାମଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଜେଏନ୍‌ୟୁ ଆଙ୍ଗୋମଚା ବିମଲ ଆକୋଇଜାମଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ତେବେ ଏହାକୁ ସେ ‘ଉଦ୍ଦେଶ୍ୟପ୍ରଣୋଦିତ ହଇରାଣ’ ବୋଲି ଅଭିହିତ କରିବା ସହ ନିୟମ ଅନୁଯାୟୀ ପ୍ରକ୍ରିୟା ପାଳନ ହୋଇନଥିବା କହିଥିଲେ। ଅକ୍ଟୋବର ୧୨ରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ ଅତି କମ୍‌ରେ ୧୧ ଜଣ ଛାତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଅଭିଯୋଗକାରୀ ଛାତ୍ରୀମାନଙ୍କ କହିବା ଅନୁଯାୟୀ, ଆକୋଇଜାମ ବୈଠକ କିମ୍ବା ଅନ୍ୟ କାର୍ଯ୍ୟକ୍ରମର ବାହାନା କରି ସେମାନଙ୍କୁ କ୍ୟାମ୍ପସ ସ୍ଥିତ ନିଜ ବାସଭବନକୁ ଡାକୁଥିଲେ ଏବଂ ଯୌନ ଉତ୍ପୀଡ଼ନ ଉଦ୍ୟମ କରୁଥିଲେ। କେତେକ ଛାତ୍ରୀ ଶ୍ରେଣୀଗୃହରେ ସେ ଅଶ୍ଳୀଳ ଓ ଅନୁଚିତ ମନ୍ତବ୍ୟ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button