ଦେଶ ବିଦେଶ

Harish Rana: ଶେଷରେ ଆଖିବୁଜିଲେ ହରିଶ ରାଣା: ଜୀବନ ଯୁଦ୍ଧରେ ହାରିଗଲେ, ଯନ୍ତ୍ରଣା ଯୁଦ୍ଧରେ ଜିତିଗଲେ…

କେତେ ଆଉ ସହିଥାନ୍ତେ... ସହିବାର ଗୋଟେ ସୀମା ବି ଥାଏ... ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ କୋମାରେ ଜୀବନ । ସତେକି ବିଛଣାରେ ପଡ଼ିଛି ଗୋଟେ ଜୀଅନ୍ତା ଶବ । ଜୀବନଠୁ ବଳିଗଲା ରୋଗ ଯନ୍ତ୍ରଣା । ମଣିଷ ଅଭାବରେ ପଛେ ରହିଯିବ, ଭୋକରେ ପଛେ ଶୋଇଯିବ ହେଲେ ଯନ୍ତ୍ରଣା ଜମା ସହିପାରିବନି...

ନୂଆଦିଲ୍ଲୀ: କେତେ ଆଉ ସହିଥାନ୍ତେ… ସହିବାର ଗୋଟେ ସୀମା ବି ଥାଏ… ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ କୋମାରେ ଜୀବନ । ସତେକି ବିଛଣାରେ ପଡ଼ିଛି ଗୋଟେ ଜୀଅନ୍ତା ଶବ । ଜୀବନଠୁ ବଳିଗଲା ରୋଗ ଯନ୍ତ୍ରଣା । ମଣିଷ ଅଭାବରେ ପଛେ ରହିଯିବ, ଭୋକରେ ପଛେ ଶୋଇଯିବ ହେଲେ ଯନ୍ତ୍ରଣା ଜମା ସହିପାରିବନି । ହରିଶ ବି ଆଉ କଣ କରିପାରିଥାନ୍ତେ । ସିଏ ବିଛଣାରେ ଶବ ପରି ପଡ଼ି ନାହାନ୍ତି ଯେ ପୂରା ପରିବାରଟା ତାଙ୍କ ପାଇଁ ଛଟପଟ ହେଉଛି । ତେଣୁ ବାଧ୍ଯ ହୋଇ ପୁଅ ପାଇଁ ମଗାଗଲା ମୃତ୍ୟୁ । ଭଗବାନଙ୍କୁ ଜୀବନ ମଗାଯାଏ କିନ୍ତୁ ଏଠି ମଗାଗଲା ମୃତ୍ୟୁ,ମଗାଗଲା ମୁକ୍ତି… ଆଉ ତାପରେ ବୟସ ସରିବା ଆଗରୁ ସରିଗଲା ଆୟୁଷ…

ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ଆଜି ନିଧନ ହୋଇଛି । ୧୩ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସ ସମ୍ମାନଜନକ ଇଚ୍ଛାମୃତ୍ୟୁ ଦେଇଛନ୍ତି । ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏଠାରେ ନିୟମ ମୁତାବକ ତାଙ୍କ ଶରୀରରୁ ଲାଇପ୍ ସପୋର୍ଟ ହଟାଇ ଦିଆଯାଇଥିଲା । ୧୦ ସଦସ୍ୟ ଥିବା ଡାକ୍ତରୀ  ପ୍ୟାନେଲ ଏହି କାମରେ ନିୟୋଜିତ ଥିଲେ । ଏହାପରେ ହରିଶଙ୍କୁ ସମ୍ମାନଜନକ ମୃତ୍ୟୁ ମିଳିଛି ।

ଦୀର୍ଘ ବର୍ଷ ଧରି କୋମାରେ ଜୀବନ ଓ ମୃତ୍ୟୁ ସହ ଲଢ଼େଇ କରୁଥିବା ଗାଜିଆବାଦର ହରିଶ ରାଣାଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ କ୍ରମେ ଏମ୍ସର ପଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଡାକ୍ତରଙ୍କ ନଜରରେ ରହିଥିଲେ । କୋର୍ଟ ତରଫରୁ ନିସ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବା ପରେ ଡାକ୍ତରୀ ଟିମ୍ ନିୟମ ମୁତାବକ ଧିରେ ଧିରେ ହରିଶଙ୍କ ଶରୀରରୁ ଜୀବନ ରକ୍ଷକ ସହାୟତା ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ପୋଷଣ ଟ୍ୟୁବ ମାଧ୍ୟମରେ ଦିଆଯାଉଥିବା ଖାଦ୍ୟା ବନ୍ଦ କରାଯାଇଥିଲା, ଏହାପରେ ପାନୀୟ ମଧ୍ୟ ବନ୍ଦ କରାଯାଇଥିଲା ।  ଏମ୍ସ ପ୍ରଶାସନ ଏହି ସମ୍ବେଦନଶୀଳ ମାମଲାକୁ ନଜରରେ ରଖି ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିଥିଲା । ଯେଉଁ ଟିମ୍ ପୁରା ପ୍ରକ୍ରିୟା ଉପରେ ନଜର ରଖିଥିଲେ । ମୃତ୍ୟୁ ବେଳେ ରୋଗୀ ଯେଭଳି କୌଣସି ଯନ୍ତ୍ରଣା ଅନୁଭବ ନକରେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button