ଓଡିଶାଜିଲ୍ଲା

Heart Attack: ନବମ ଶ୍ରେଣୀ ଛାତ୍ରୀର ହୃତଘାତରେ ମୃତ୍ୟୁ!

ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ମୟୂରଭଂଜ ଗ୍ରାମପଞ୍ଚାୟତ କୁମୁଡ଼ାଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଲକ୍ଷ୍ମୀଧର ସୋରେନଙ୍କ ଝିଅ ମଧୁସ୍ମିତା ସୋରେନ୍ (୧୫) ହଠାତ୍ ପାଟି କରି ଉଠିଲା ମାଆ ମୋ ଛାତି ମୁଣ୍ଡ ବହୁତ୍ ବ୍ୟଥା ହେଉଛି କହି ତଳେ ପଡିଯାଇଥିଲେ।

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ମୟୂରଭଂଜ ଗ୍ରାମପଞ୍ଚାୟତ କୁମୁଡ଼ାଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଯେ ଆଜି ଲକ୍ଷ୍ମୀଧର ସୋରେନଙ୍କ ଝିଅ ମଧୁସ୍ମିତା ସୋରେନ୍ (୧୫) ହଠାତ୍ ପାଟି କରି ଉଠିଲା ମାଆ ମୋ ଛାତି ମୁଣ୍ଡ ବହୁତ୍ ବ୍ୟଥା ହେଉଛି କହି ତଳେ ପଡ଼ିଯାଇଥିଲେ। ସମସ୍ତେ ଧାଇଁ ଆସି ଝିଅକୁ ଉଠାଇଲେ ସଙ୍ଗେସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତ୍ଯୁର ୮ ଘଣ୍ଟା  ପରେବି  ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ ନହେବା ନେଇ  ପରିବାରରେ ଅଶାନ୍ତି ସୃଷ୍ଟି ହୋଇଛି। ତେବେ ନାବାଳିକାଙ୍କ ମୃତ ଘୋଷଣାର ୯ ଘଟିକାରେ କରିଥିବା ବେଳେ ବାଦାମପାହାଡ଼ ପୁଲିସ ଶବ ପାଖରେ ତିନିଟା ସମୟରେ ଆସିବା ଯୋଗୁଁ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇପାଲିଲା ନାହିଁ। ତେଣୁ  ମୃତକ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାର ଖାମଖିଆଲ ଓ ପୁଲିସର ଦାୟିତ୍ବ ହୀନତା ଯୋଗୁଁ ହଇରାଣ ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ବହୁ ସମୟ ଧରି ହଇରାଣହରକତ ହେଉଥିବା ଦେଖିବାକୁ ମିଳିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button