ଭୁବନେଶ୍ୱର: ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଏହା ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଓଡ଼ିଶା ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବହୁ ଜିଲ୍ଲା ପୋଲିସ ସାମିଲ ହୋଇ ବେଆଇନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

