ରାଜ୍ୟ
Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ
ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରର ତଥ୍ୟ ଅନୁଯାୟୀ, ମୋଟ ୯୬୯.୨ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୧୨୧.୧୫ ମିଲିମିଟର ରହିଛି।

ଗଜପତି:ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରର ତଥ୍ୟ ଅନୁଯାୟୀ, ମୋଟ ୯୬୯.୨ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୧୨୧.୧୫ ମିଲିମିଟର ରହିଛି। ମୋହନା ବ୍ଲକ୍ରେ ସର୍ବାଧିକ ୧୮୨.୪ ମିଲିମିଟର ବର୍ଷା ହୋଇଛି।
ଜରୁରୀକାଳୀନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ସୂଚନା
ସେହିପରି ପାରଳାଖେମୁଣ୍ଡିରେ ୧୪୦ ମିମି, ଗୁମ୍ମାରେ ୧୩୫ ମିମି, ଗୋଷାଣୀରେ ୧୨୮ ମିମି, ରାୟଗଡ଼ାରେ ୧୦୬.୨ ମିମି, କାଶୀନଗରରେ ୧୦୫.୮ ମିମି, ଆର୍. ଉଦୟଗିରିରେ ୯୬.୮ ମିମି ଏବଂ ନୂଆଗଡ଼ରେ ୭୫ ମିମି ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ସୂଚନା ଦିଆଯାଇଛି।
ସୌଜନ୍ୟ ସମ୍ବାଦ




