ଖେଳ

High Court: ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା: ସଂପାଦକ ଓ ଯୁଗ୍ମ ସଂପାଦକଙ୍କ ତରଫରୁ ଯୁକ୍ତି ଉପସ୍ଥାପନ, ୯ରେ ପରବର୍ତ୍ତୀ ଶୁଣାଣି

ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ପ୍ରସଙ୍ଗ ନେଇ ଦାୟର ମାମଲା ନେଇ ହାଇକୋର୍ଟରେ ଆଜି ବିସ୍ତୃତ ଶୁଣାଣି ହୋଇଛି। ମାମଲାର ପ୍ରତିପକ୍ଷ ଓସିଏ ସଂପାଦକ ଓ ଯୁଗ୍ମସଂପାଦକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଆଜି ଯୁକ୍ତି ଉପସ୍ଥାପନ କରିଥିଲେ।

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ପ୍ରସଙ୍ଗ ନେଇ ଦାୟର ମାମଲା ନେଇ ହାଇକୋର୍ଟରେ ଆଜି ବିସ୍ତୃତ ଶୁଣାଣି ହୋଇଛି। ମାମଲାର ପ୍ରତିପକ୍ଷ ଓସିଏ ସଂପାଦକ ଓ ଯୁଗ୍ମସଂପାଦକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଆଜି ଯୁକ୍ତି ଉପସ୍ଥାପନ କରିଥିଲେ। ଓସିଏ ପକ୍ଷରୁ ନିର୍ବାଚନ ସ୍ଥଗିତ ରଖିବା ନିଷ୍ପତ୍ତି ସାଧାରଣ ପରିଷଦ (ଜେନେରାଲ ବଡି) ଦ୍ବାରା ଅନୁମୋଦିତ ଥିଲା ବୋଲି ଦର୍ଶାଯିବା ସହିତ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଆଜି ମାମଲାର ଶୁଣାଣି ଅସଂପୂର୍ଣ୍ଣ ରହିଥିବା ବେଳେ ସେପ୍ଟେମ୍ବର ୯ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ୍‌ କ୍ଲବ୍‌ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଓସିଏ ସଂପାଦକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ନିର୍ବାଚନ ଓ ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଙ୍ଗ ୨୦୨୫ ଅଗଷ୍ଟ ୩୧ ଓ ୨୦୨୬ ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଙ୍ଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶଶାଙ୍କ ଶେଖର ଦାସ ଓ ଅମିତାଭ ମିଶ୍ର ସହାୟତା କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button