ଓଡିଶାଖେଳ

Hockey India League: ହକି ଇଣ୍ଡିଆ ଲିଗ୍‌: ବେଙ୍ଗଲ ଟାଇଗର୍ସର ରୋମାଞ୍ଚକର ବିଜୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ‘ହକି ଇଣ୍ଡିଆ ଲିଗ୍‌-୨୦୨୬’ର ନକ୍‌ଆଉଟ୍‌ ପର୍ଯ୍ୟାୟର ରୋମାଞ୍ଚ ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ରବିବାରର ଯୁଗଳ ମୁକାବିଲାରୁ ପ୍ରଥମ ମ୍ୟାଚ୍‌ରେ ଏକଦା ଦୁଇଟି ଗୋଲ୍‌ରେ ପଛଆ ଥିବା ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି...

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ‘ହକି ଇଣ୍ଡିଆ ଲିଗ୍‌-୨୦୨୬’ର ନକ୍‌ଆଉଟ୍‌ ପର୍ଯ୍ୟାୟର ରୋମାଞ୍ଚ ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ରବିବାରର ଯୁଗଳ ମୁକାବିଲାରୁ ପ୍ରଥମ ମ୍ୟାଚ୍‌ରେ ଏକଦା ଦୁଇଟି ଗୋଲ୍‌ରେ ପଛଆ ଥିବା ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି ଏସ୍‌ଜି ପାଇପର୍ସକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩-୨ ଗୋଲ୍‌ରେ ପରାସ୍ତ କରିଛି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦୀଲରାଜ ସିଂହ (୪) ଓ ଟୋମାସ୍ ଡୋମିନେ (୩୧)ଙ୍କ ଗୋଲ୍‌ ବଳରେ ଏସ୍‌ଜି ପାଇପର୍ସ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ରହି ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା।
hockey

ହେଲେ ମଧ୍ୟାନ୍ତରରେ ଗୁରୁମନ୍ତ୍ର ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଦ୍ବିତୀୟାର୍ଦ୍ଧରେ ଚମତ୍କାର ହକି ଖେଳି ସବୁକିଛି ଓଲଟ ପାଲଟ କରି ଦେଇଥିଲା। ଯୁଗରାଜ ସିଂହ, ଅଭିଷେକ ଓ ଆଫନ ୟୁସୁଫ ୪୫ରୁ ୪୮ ମିନିଟ୍‌ ଭିତରେ ତିନିଟି ଗୋଲ୍ ଦେଇ ହଠାତ୍ ବେଙ୍ଗଲକୁ ଆଗୁଆ କରି ଦେଇଥିଲେ। ‌‌ଶେଷ ୧୨ ମିନିଟ୍‌ ଖେଳରେ ଏସ୍‌ଜି ପାଇପର୍ସ ବହୁ ଚେଷ୍ଟା କରି ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲା। ଫଳରେ ବେଙ୍ଗଲ ଟାଇଗର୍ସ ଗୋଟିଏ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଏହି ମ୍ୟାଚ୍‌ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ହକି କିଂବଦନ୍ତି ଦିଲୀପ ତିର୍କି, ଅଲିମ୍ପିଆନ୍‌ ସୁନିତା ଲାକ୍ରା, ହକି ଇଣ୍ଡିଆ ନିର୍ଦ୍ଦେଶକ ବିଏନ୍‌ ଭୂଷଣ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button