Horoscope 2026 March 05: ଜାଣନ୍ତୁ ଆଜିର ରାଶିଫଳ
କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

ମେଷ: ଆପଣଙ୍କ ଆଖପାଖର ସକାରାତ୍ମକ ଶକ୍ତି ବଜାୟ ରହିବ। ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ବଡ଼ ବ୍ୟବସାୟ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ।
ବୃଷ: ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ଟଙ୍କାପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଜୀବୀ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ମିଥୁନ: ଯାହା ବି କାମ କରିବେ ପୂରା ମନପ୍ରାଣ ଢ଼ାଳି କରିବେ। ଏଥିରେ ନୂଆ ଅନୁଭବ ପାଇବେ। ମାନସିକ ଅଶାନ୍ତି ନିବାରଣ ହେବ। ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ। ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ପାଇବେ। ପରିବାର ଲୋକଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ସଫଳତା ପାଇବା ଯୋଗ ଅଛି।
ସିଂହ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ବନ୍ଧୁ ଆପଣଙ୍କୁ ବ୍ୟବସାୟ ବଢ଼ାଇବା ପାଇଁ ପରାମର୍ଶ ଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କନ୍ୟା: କାମ ଓ ପାରିବାରିକ ସମ୍ବନ୍ଧ ମଧ୍ୟରେ ସାମଞସ୍ୟ ବଜାୟ ରଖିବେ। କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ।
ତୁଳା: ବେପାରରେ ନୂଆ ଯୋଜନା ଲାଗୁ କରିବା ପାଇଁ ବ୍ୟସ୍ତ ରହିବେ। ଚାକିରିଜୀବୀ ନର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ ନକଲେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କଡ଼ା କଥା ଶୁଣିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବିଛା: ଅଯଥା କଥା ଠାରୁ ଦୂରରେ ରହି ନିଜ କାମରେ ମନୋଯୋଗ ଦିଅନ୍ତୁ। କୌଣସି ଧାର୍ମିକ ସ୍ଥାନରେ ବସି ନିଜର ଭଲ ଓ ଖରାପ ଗୁଣ ବିଷୟରେ ବିଚାର କରିବେ। ଦାମ୍ପତ୍ୟ ଖୁସି ବଜାୟ ରହିବ।
ଧନୁ: ଆପଣ ଭକ୍ତିମୟ ରହିବେ। ଗୋ ସେବା କରିବା ପାଇଁ ମନରେ ସ୍ଥିର କରିବେ। ରାଜନୀତିକ ନେତାଙ୍କ ସହ ସଂପର୍କ ହେବ। ପୂରା ଆତ୍ମବିଶ୍ବାସ ସହିତ ସବୁ କାମର ଗତି ଦେବେ। ବେପାରରେ ଲାଭ ହେବ।
ମକର: ଅଟୋମୋବାଇଲ ବେପାରରେ ଲାଭ ପାଇବେ। ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କ ଦ୍ବାରା ଲାଭ ପାଇବେ। କୌଣସି ନୂଆ କାମ କରିବା ପାଇଁ ଉତ୍ସାହିତ ରହିବେ।
କୁମ୍ଭ: ନୂଆ ସଂପର୍କ ଆରମ୍ଭ କରିବା ଲାଗି ମଉକା ପାଇବେ। କୌଣସି ଲୋକଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କ କାମ ପ୍ରଶଂସା ହେବ। ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
ମୀନ: କଥା କମ୍ ଶୁଣିବାରେ ଅଧିକ ଧ୍ୟାନ ଦିଅନ୍ତୁ। କିଛି ନୂଆ ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ ବଢ଼ିପାରେ। କବିଙ୍କର କାବ୍ୟର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ସୌଜନ୍ୟ ସମ୍ବାଦ




