Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ
ବାପା ମାଆଙ୍କୁ ନିଜର ମନର କଥା କହିବେ। କାହାରି ଠାରୁ ଫୋନରେ ଶୁଭ ସୂଚନା ପାଇବେ। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାଇ ଭଉଣୀଙ୍କର ସହଯୋଗ ପାଇବେ। ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ।

ମେଷ: ବାପା ମାଆଙ୍କୁ ନିଜର ମନର କଥା କହିବେ। କାହାରି ଠାରୁ ଫୋନରେ ଶୁଭ ସୂଚନା ପାଇବେ। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାଇ ଭଉଣୀଙ୍କର ସହଯୋଗ ପାଇବେ।
ବୃଷ: ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଲେଖନ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ। ରୋଜଗାରର ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ବନ୍ଧୁ ଆଉ ସଂପର୍କିୟ ସହିତ ଭଲ ତାଳମେଳ ରହିବେ। ଜମି ସଂପର୍କିତ ସମସ୍ୟା ଅଧିକ ଯାଆସ ପରେ କାମ ହୋଇଯିବ। ସିଲାଇ କାମ କରୁଥିବା ଲୋକ ଭଲ ଲାଭ ପାଇବେ।
କର୍କଟ: ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଭ୍ରମଣ ସୁଖ ରହିଛି। କାମରେ ଜୀବନସାଥୀର ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।
ସିଂହ: କିଛି ମାମଲାରେ ଆପଣ ବୁଦ୍ଧି ବବେକର କାମ କରିବାକୁ ହେବ। ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ସମାଜରେ ମାନ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଆୟରେ ବୃଦ୍ଧି ହେବ।
କନ୍ୟା: ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ରହିବ। ଆପଣ କୌଣସି ବନ୍ଧୁର ସହଯୋଗ ପାଇବେ। କୌଣସି ସଂଶୟରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବେପାରରେ ଲାଭ ହେବ।
ତୁଳା: କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ।
ବିଛା: ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଜମି ବ୍ୟବସାୟୀଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ମନ ବଳିବ। ଘରକୁ ବନ୍ଧୁ ଆସିବେ।
ଧନୁ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଆୟର ସାଧନ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ। ବନ୍ଧୁ ଘରକୁ ଯିବା ପାଇଁ ନିମନ୍ତ୍ରଣ ଆସିବ।
ମକର: ଏଭଳି ଜାଗାରୁ ଡ଼ାକରା ଆସିବ ଯାହା ଦୀର୍ଘ ଦିନରୁ ଯାଇନାହାନ୍ତି। ଆପଣଙ୍କୁ ଟଙ୍କାପଇସାର ଆବଶ୍ୟକତା ହେବ। କ୍ୟାରିୟରକୁ ନେଇ ଅନୁଭବୀଙ୍କ ଠାରୁ ପରାମର୍ଶ ନେବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଆପଣଙ୍କ ଦିନଚର୍ଯ୍ୟା ଭଲ ରହିବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଦିନଟି ଭଲ। ଅସହାୟଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ।
ମୀନ: ପଡ଼ୋଶୀରେ ହେଉଥିବା ଶୁଭକାର୍ଯ୍ୟରେ ପରିବାର ସହ ସମ୍ମିଳିତ ହେବେ। ବ୍ୟବସାୟରେ ପରିବର୍ତ୍ତନ ପାଇଁ ବାପାଙ୍କ ସହ କଥାବାର୍ତ୍ତା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ।
ସୌଜନ୍ୟ ସମ୍ବାଦ




