ଜାତୀୟ

Hottest August : ସବୁଠୁ ଉତ୍ତପ୍ତ ଅଗଷ୍ଟ, ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୬ ମସିହା ତାତି

ଭୁବନେଶ୍ଵର, ୨/୯ : ୧୨୫ ବର୍ଷରେ ସବୁଠୁ ଉତ୍ତପ୍ତ ଅଗଷ୍ଟ। ୨୦୨୬ ଅଗଷ୍ଟ ସବୁଠୁ ଗରମ ମାସ ରହିଥିଲା। ୧୯୦୧ ମସିହା ପରେ ଦେଶର ଅଧିକ ଗରମ ଅନୁଭୂତ ହୋଇଥିବା ଅଗଷ୍ଟ ମାସଗୁଡ଼ିକ ମଧ୍ୟରେ ଏହା ସର୍ବାଧିକ। ମାସର ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୦.୬୭ ଡିଗ୍ରୀ ସେଲସିୟସ୍  ଅଧିକ ଥିଲା। ଅଗଷ୍ଟ ମାସରେ ଦେଶର ସ୍ବାଭାବିକ ହାରାହାରି ତାପମାତ୍ରା ୨୭.୩୪ ଡିଗ୍ରୀ ରହିବା କଥା। ହେଲେ ଚଳିତ ଅଗଷ୍ଟ ମାସରେ ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରି ରହିଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ଅପେକ୍ଷା ରାତିର ସର୍ବୋଚ୍ଚ ତାପମାତ୍ରା ଅଧିକ ବୃଦ୍ଧି ପାଇଥିବା ଆଇଏମ୍ ଡି ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ବର୍ଷା ସତ୍ତ୍ବେ କାହିଁକି ବଢିଲା ତାତି ?

ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଅଗଷ୍ଟ ମାସରେ ରାତିର ହାରାହାରି ତାପମାତ୍ରା ୨୩.୬୮ ଡିଗ୍ରୀ ରହିଥାଏ। ତେବେ ଚଳିତବର୍ଷ ଏଥିରେ ୦.୬୮ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇ ୨୪.୩୬ ଡିଗ୍ରୀରେ ପହଞ୍ଚିଥିଲା। ଅନୁରୂପ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୦.୬୫ ଡିଗ୍ରୀ ସେଲସିୟସ୍  ଅଧିକ ରହିଥିଲା। ଅଗଷ୍ଟ ମାସରେ ଦିନର ହାରାହାରି ତାପମାତ୍ରା ୩୧.୦୧ ଡିଗ୍ରୀ ରହିବା କଥା। ହେଲେ ଚଳିତ ବର୍ଷ ଏହା ୩୧.୬୬ ଡିଗ୍ରୀରେ ପହଞ୍ଚିଥିଲା। ରାତିର ତାପମାତ୍ରା ବୃଦ୍ଧି ୨୦୨୬ ଅଗଷ୍ଟ ରେକର୍ଡ କରିଥିବା ବେଳେ ଦିନ ହାରାହାରି ତାପମାତ୍ରା ୫ମ ସ୍ଥାନରେ ରହିଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button