Human Sagar Passes Away: ଜନ୍ମଦିନ ପାଳନ ପୂର୍ବରୁ ଚାଲିଗଲା ଜୀବନ… ଆଉ ୮ ଦିନ ପରେ ଛୁଇଁଥାନ୍ତା ୩୫ ବର୍ଷ…
ଆଉ ୮ ଦିନ ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ୩୫ ବର୍ଷରେ ପାଦ ଦେଇଥାନ୍ତେ । ହେଲେ ଜୀବନର ୩୫ଟି ବସନ୍ତ ଛୁଇଁବା ପୂର୍ବରୁ ଶୀତରେ ଶେଷନିଦ୍ରାରେ ଯାଇଛନ୍ତି ସ୍ବର ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ବର: ଆଉ ୮ ଦିନ ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ୩୫ ବର୍ଷରେ ପାଦ ଦେଇଥାନ୍ତେ । ହେଲେ ଜୀବନର ୩୫ଟି ବସନ୍ତ ଛୁଇଁବା ପୂର୍ବରୁ ଶୀତରେ ଶେଷନିଦ୍ରାରେ ଯାଇଛନ୍ତି ସ୍ବର ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ୨୫ ନଭେମ୍ବରରେ ତାଙ୍କର ଜନ୍ମଦିନ ପଡୁଥିଲା ଆଉ ସେ ସେଦିନ ବାର୍ଥଡେ ବି ପାଳିଥାନ୍ତେ, ତାଙ୍କ ପ୍ରଶଂସକମାନେ ବି ଶୁଭେଚ୍ଛା ଜଣାଇଥାନ୍ତେ ହେଲେ ଜନ୍ମଦିନ ପାଳନ ପୂର୍ବରୁ ଚାଲିଗଲା ଜୀବନ । ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ । ଆଉ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଥିବା ପ୍ରଶଂସକମାନେ ଦେଇଛନ୍ତି ଶେଷ ଶ୍ରଦ୍ଧାଞ୍ଜଳି.. ଓ କି ଦୁଃଖ ଦାୟକ ସତେ ।
ଜନ୍ମଦିନର ୮ ଦିନ ପୂର୍ବରୁ ଫେରିଗଲେ
ସୂଚନାଯୋଗ୍ୟ, ୧୯୯୦ ନଭେମ୍ବର ୨୫ରେ ସେ ବଳାଙ୍ଗୀରରେ ହ୍ୟୁମାନ୍ ସାଗର ଜନ୍ମଗ୍ରହଣ କରିଥିଲେ। ତେବେ ଜନ୍ମ ଦିନର ମାତ୍ର ୮ ଦିନ ପୂର୍ବରୁ ୩୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଆପଣ ଯେଉଁ ଗୀତ ବି ଶୁଣନ୍ତୁ ତାହା ହ୍ୟୁମାନ ସାଗରଙ୍କ ଗୀତ ହୋଇଥିବ । ବାହାଘର ବରଯାତ୍ରୀ ଠାରୁ ପୂଜା ଭସାଣି ଯାଏଁ, ମେଲୋଡି ଠାରୁ ପିକନିକ ପାର୍ଟି ଯାଏଁ ସବୁଠି ତାଙ୍କ ଗୀତ ବାଜୁଥିବ, ଶୁଭୁଥିବ । ହ୍ୟୁମାନଙ୍କ ଗୀତ ବିନା ସବୁ ଯେମିତି ଫିକାଫିକା, ଏକଦମ ଅଧୁରା…

ସିନେମାରେ ହ୍ୟୁମାନଙ୍କ ସ୍ବର
ଇସ୍କ ତୁ ହି ତୁ, ଅଗସ୍ତ୍ୟା, ବେବି, ଅଭୟ, ହାପି ଲକି, ଲଭ ଏକ୍ସପ୍ରେସ, ତୋ ପ୍ରେମରେ ପଡିଲା ପରେ, ଶ୍ରୀମାନ ସୁରଦାସ, ସୁନ୍ଦରଗଡ଼ର ସଲମନଖାନ, ଟୋକାଟା ଫସିଗଲା, ଚାରିଧାମ… ଯାଏଁ ଅନେକ ସିନେମାରେ ସିଏ ଗୀତ ଗାଇଛନ୍ତି ।
ହ୍ୟୁମାନଙ୍କ ଅଭୁଲା ଗୀତ
କେମିତି ଭୁଲିବି ସେ ଅଭୁଲା ଦିନ, କୁଆଡେ ଗଲୁ ପାଗେଳୀ, କାଇଁ କାନ୍ଦୁଛୁ କହ, ତୁ ମେଘ ହେଇଯା, ଗଜରା ଗଭା ବାଲି, ମରିଯିବି ଧନ ତୋ ବିନା, ମନେ ତୁ ପଡୁଛୁ ଆଲୋ ପାଗେଳୀ, ଝରିଯାଏ ଲୁହ, ଏଡ଼େ ବେଇମାନି ତୁ, ମା ତୋ ବିନା, ସେଦିନୁ ମୁଁ ହୁନୁ ହୁନୁ, ହଜାରେ ଥର, ବୁଝିଯାରେ ହୃଦୟ ତୁ, କିଛି ଲୁହ ଝରି ଥିଲା ଖୁସିରେ, ହେଲା କି ପ୍ରେମ, ଏଡ଼େ ବେଇମାନି ତୁ, ମା… ଧିମା ଧିମା ଆଖି, ମିଠା ମିଠା ସ୍ବପ୍ନ, ସୁନ ଜରା, ଇସ୍କ ତୁ ହି ତୁ, ମୁସ୍କିଲ ହେ ଜୀନା, ମଲକା ମଲକା, ହାଏ ତୋ ପ୍ରେମର ରଙ୍ଗୋଲି, ଗଜଲ ଗଜଲ, ସବୁ ନଜର ଲାଗେ ପ୍ରେମ ନଜର, ନାରେ ନାରେ, ଫାଷ୍ଟ ଟାଇମ ଗୋଟେ ଝିଅ ତୁ, ଛାତି ଟା ରଗଡି ଦେଲାରେ , ବେବି ଓ ବେବି, ବାପା…
ସୌଜନ୍ୟ – ସମ୍ବାଦ



