ଦେଶ ବିଦେଶ

IAS ଦିବ୍ୟା ମିତ୍ତଲଙ୍କ ଇସ୍ତଫା: ଗାଁ ଲୋକେ କହିଲେ- ଭୁଲି ହେବନାହିଁ ମ୍ୟାଡମ୍‌ଙ୍କ କାମ

ଜିଲ୍ଲାପାଳ ପଦବିରୁ ଇସ୍ତଫା ଦେଇଥିବା ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ଦିବ୍ୟା ମିତ୍ତଲ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ଉତ୍ତର ପ୍ରଦେଶର ଦେଓରିଆ ଏବଂ ମିର୍ଜାପୁର ଭଳି ଜିଲ୍ଲାରେ ଜିଲ୍ଲାପାଳ ଭାବେ ସେ କାମ କରିଛନ୍ତି।

ମିର୍ଜାପୁର: ଜିଲ୍ଲାପାଳ ପଦବିରୁ ଇସ୍ତଫା ଦେଇଥିବା ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ଦିବ୍ୟା ମିତ୍ତଲ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ଉତ୍ତର ପ୍ରଦେଶର ଦେଓରିଆ ଏବଂ ମିର୍ଜାପୁର ଭଳି ଜିଲ୍ଲାରେ ଜିଲ୍ଲାପାଳ ଭାବେ ସେ କାମ କରିଛନ୍ତି। ତାଙ୍କର ଇସ୍ତଫା ଖବର ଶୁଣି ମିର୍ଜାପୁର ବାସିନ୍ଦା ଭାବବିହ୍ବଳ ହୋଇଛନ୍ତି। ଜିଲ୍ଲାପାଳ ଭାବେ ଦିବ୍ୟା ମିତ୍ତଲ ଯେ‌ଉଁ ସବୁ ପ୍ରକଳ୍ପଗୁଡ଼ିକର କାମ କରିଥିଲେ, ତାହା ମନେ ପକାଉଛନ୍ତି।

ଲାଲଗଂଜ ତହସିଲସ୍ଥିତ ଡ୍ରମଣ୍ଡଗଂଜରେ ବିନ୍ଧ୍ୟ ପାହାଡ଼ ଉପରେ ଅବସ୍ଥିତ ଲହରିୟାଦହ ଗାଁରେ ପୂର୍ବତନ ଜିଲ୍ଲାପାଳ ଦିବ୍ୟା ମିତ୍ତଲଙ୍କ ସ୍ବତନ୍ତ୍ର ଉଦ୍ୟମ କାରଣରୁ ୨୦୨୩ ଅଗଷ୍ଟ ୩୧ ତାରିଖରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଘରକୁ ପାଣି ପହଞ୍ଚି ପାରିଥିଲା। ପାଖାପାଖି ୮୦୦ ଲୋକ ରହୁଥିବା ଏହି ଗାଁ ଜଳସଂକଟର ସାମ୍ନା କରୁଥିଲା। ଏହି ଗାଁର ଲୋକେ ପାହାଡ଼ର ଝରଣା କିମ୍ବା ମଧ୍ୟପ୍ରଦେଶର ହନୁମାନା ଠାରୁ ପାଣି ଆଣିବାକୁ ବାଧ୍ୟ ହେଉଥିଲେ। ପ୍ରଶାସନ ଦ୍ବାରା ଟ୍ୟାଙ୍କର ଦ୍ବାରା ଜଣକୁ ୧୫ଲିଟର ପାଣି କାର୍ଡ ମାଧ୍ୟମରେ ଦିଆଯାଉଥିଲା। ଦିବ୍ୟା ମିତ୍ତଲଙ୍କ ଦ୍ବାରା ଜଳ ଜୀବନ ମିସନ ଏବଂ ହର ଘର ନଳ ଯୋଜନା ବଳରେ ଲୋକଙ୍କର ଘରକୁ ପାଣି ପହଞ୍ଚିଲା ପରେ ଏବେ ତାଙ୍କର ଇସ୍ତଫା ପରେ ଗାଁ ଲୋକେ ମନେ ପକାଉଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button