ଖେଳଦେଶ ବିଦେଶ

Icc Reacts : ପାକିସ୍ତାନର ନିଷ୍ପତ୍ତି କ୍ରିକେଟ୍ ସ୍ବାର୍ଥର ଅନୁକୂଳ ନୁହେଁ: ଆଇସିସି

ଆଇସିସି ପ୍ରତିଯୋଗିତାଗୁଡ଼ିକ ସ୍ବଚ୍ଛତା, ପ୍ରତିଯୋଗିତାମୂଳକତା, ସ୍ଥାୟୀତ୍ବ ଓ ନିରପେକ୍ଷତା ଉପରେ ପର୍ଯ୍ୟବେଶିତ,କିନ୍ତୁ ଚୟନମୂଳକ ଅଂଶଗ୍ରହଣ ଏହାର ଭାବନା ଓ ପ୍ରତିଯୋଗିତାମୂଳକତାକୁ ହାନୀ ପହଞ୍ଚାଇଥାଏ।

ଦୁବାଇ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମୁକାବିଲା ଖେଳିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ପ୍ରତିକ୍ରିୟା ଆସିଛି। ଆଇସିସି ପକ୍ଷରୁ କୁହାଯାଇଛି ଯେ ଜାତୀୟ ନୀତିକୁ ନେଇ ସରକାରମାନଙ୍କ ଭୂମିକାକୁ ଆଇସିସି ସମ୍ମାନ ଜଣାଉଥିଲେ ବି ଏହି ନିଷ୍ପତ୍ତି କ୍ରିକେଟର ସ୍ବାର୍ଥ ତଥା ପାକିସ୍ତାନ ସମେତ ସାରା ବିଶ୍ବରେ ଥିବା କୋଟି କୋଟି ପ୍ରସଂଶକଙ୍କ ସ୍ବାର୍ଥର ଅନୁକୂଳ ନୁହେଁ। ନିଜ ଦେଶରେ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ପିସିବି ନିଜ ନିଷ୍ପତ୍ତିର ପୁନର୍ବିଚାର କରୁ।

ଟ୍ବେଣ୍ଟି-୨୦ ବିଶ୍ବକପକୁ ସଫଳତାର ସହ ଆୟୋଜନ କରିବା ପରିଷଦର ପ୍ରାଥମିକତା
ଆଇସିସି ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଏହି ନିଷ୍ପତ୍ତି ସଂପର୍କରେ କୌଣସି ଔପଚାରିକ ପତ୍ର ମିଳିନଥିଲେ ବି ପାକିସ୍ତାନ ସରକାରଙ୍କ ଘୋଷଣା ନଜରକୁ ଆସିଛି। ଏପରି ଚୟନମୂଳକ ଅଂଶଗ୍ରହଣ ଏହି ବିଶ୍ବ କ୍ରୀଡ଼ା ପ୍ରତିଯୋଗିତାର ମୌଳିକ ଧାରଣା ସହ ମେଳ ଖାଉନାହିଁ, ଯେଉଁଠାରେ ସମସ୍ତ ଦଳ ଏକ ପୂର୍ବ ନିର୍ଦ୍ଧାରିତ ଖେଳସୂଚୀ ଅନୁସାରେ ସମାନ ସର୍ତ୍ତଅନୁସାରେ ଖେଳିଥାନ୍ତି। ଆଇସିସି ପ୍ରତିଯୋଗିତାଗୁଡ଼ିକ ସ୍ବଚ୍ଛତା, ପ୍ରତିଯୋଗିତାମୂଳକତା, ସ୍ଥାୟୀତ୍ବ ଓ ନିରପେକ୍ଷତା ଉପରେ ପର୍ଯ୍ୟବେଶିତ, କିନ୍ତୁ ଚୟନମୂଳକ ଅଂଶଗ୍ରହଣ ଏହାର ଭାବନା ଓ ପ୍ରତିଯୋଗିତାମୂଳକତାକୁ ହାନୀ ପହଞ୍ଚାଇଥାଏ। ଏପରି ନିଷ୍ପତ୍ତି ବିଶ୍ବ କ୍ରିକେଟର ଇକୋସିଷ୍ଟମକୁ, ପାକିସ୍ତାନ ଯାହାର ଏକ ହିତାଧିକାରୀ, ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ପିସିବି ନିଜ ଦେଶରେ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବ ବୋଲି ଆଇସିସି ଆଶା ପ୍ରକାଶ କରିଛି।

ଆଇସିସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ବେଣ୍ଟି-୨୦ ବିଶ୍ବକପକୁ ସଫଳତାର ସହ ଆୟୋଜନ କରିବା ପରିଷଦର ପ୍ରାଥମିକତା ଓ ପିସିବି ସମେତ ସବୁ ସଦସ୍ୟ ରାଷ୍ଟ୍ର ଏଥିରେ ସହଯୋଗ କରିବା ଉଚିତ୍।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button