ଅପରାଧଓଡିଶା

Illegals Smuggling: କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ, ନବରଂଗପୁରରୁ ଜବତ

ଦକ୍ଷିଣ ଓଡ଼ିଶାରେ କଇଁଛ ଶିକାର ଓ ବେଆଇନ ଚାଲାଣର ପୁଣି ଏକ ଘଟଣା ପର୍ଦ୍ଦାଫାସ ହୋଇଛି। ବନ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ୮୩ଟି ଜୀବନ୍ତ କଇଁଛ ଜବତ କରିଛନ୍ତି। ଏଗିଡ଼ିକ କଳାହାଣ୍ଡି ଜିଲ୍ଲାରୁ ଆସିଥିଲା।

ମୈଦଲପୁର: ଦକ୍ଷିଣ ଓଡ଼ିଶାରେ କଇଁଛ ଶିକାର ଓ ବେଆଇନ ଚାଲାଣର ପୁଣି ଏକ ଘଟଣା ପର୍ଦ୍ଦାଫାସ ହୋଇଛି। ବନ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ୮୩ଟି ଜୀବନ୍ତ କଇଁଛ ଜବତ କରିଛନ୍ତି। ଏଗିଡ଼ିକ କଳାହାଣ୍ଡି ଜିଲ୍ଲାରୁ ଆସିଥିଲା। ନବରଙ୍ଗପୁରଜିଲ୍ଲା ଡାବୁଗାଁ ରେଞ୍ଜ ଅଧିନ ମୈଦଲପୁର ବନବିଭାଗ ୮୩ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ ବାଇକ ଜବତ କରାଯାଇଛି। ଚାଲାଣକାରୀ ଦୁଇ ଅଭିଯୁକ୍ତ ହେଲେ ଡାବୁଗାଁ ଥାନା ଚାଟିଗୁଡା ଗ୍ରାମର ପବିତ୍ର ସରକାର (୩୦) ଓ ରାମ ପ୍ରସାଦ ସରକାର(୩୪)।

କଳାହାଣ୍ଡି ଜିଲ୍ଲା ଆମପାଣି ଠାରୁ ଚାଟିଗୁଡ଼ାକୁ ଚାଲାଣ କରୁଥିବା ସମୟରେ ମୈଦଲପୁର ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ମୈଦଲପୁର ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୮୩ ଗୋଟି ଜୀବନ୍ତ କଇଁଛ ଥିବା ଜାଣି ଉଦ୍ଧାର କରିଥିଲେ। ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରି ଚାଲାଣ ହୋଉଥିବା ଜାଣିବାକୁ ପାଇଥିଲେ। ଘଟଣାସ୍ଥଳରୁ କଇଁଛ ଉଦ୍ଧାର କରିବା ସହ ବ୍ୟବହୃତ ବାଇକ ଜବତ କରି ଦୁଇ ଚାଲାଣକାରୀ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଓଆର ନଂ ୨୨୭/୨୦୨୫-୨୬ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ ଧରାପଡ଼ିଥଲା ବେଆଇନ ଚାଲାଣ

ସୂଚନା ଥାଉକି ୨୦୨୩ ମସିହା ଜୁନ ମାସରେ ମୈଦଲପୁର ପୁଲିସ ପକ୍ଷରୁ ୯୨ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ। ଏହି ଚଢ଼ଉ ସମୟରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରା, ମୈଦଲପୁର ଫରେଷ୍ଟର ମଧୁସୂଦନ ପାତ୍ର, ବସନ୍ତ କୁମାର ନାୟକ, ଉମାଶଙ୍କର ମିଶ୍ର, ସରସ୍ୱତୀ ମେହେର, ମଧୁସ୍ମିତା ତ୍ରିପାଠୀ, ବୈଦ୍ୟନାଥ ମାଝୀ ଓ ଝାଡ଼େଶ୍ବର ହରିଜନ ପ୍ରମୁଖ ସାମିଲ ରହିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button