ଦେଶ ବିଦେଶ
Imran Khan: ଇମ୍ରାନଙ୍କ ଚିକିତ୍ସା ଲାଗି କପିଳ,ଗାଭାସ୍କରଙ୍କ ସମେତ ୨୧ ପୂର୍ବତନ ଅଧିନାୟକଙ୍କ ଚିଠି
ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାଁଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବୀୟ ସୁବିଧା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ୨୧ ଜଣ ପୂର୍ବତନ ଅଧିନାୟକ।

ନୂଆଦିଲ୍ଲୀ: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାଁଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବୀୟ ସୁବିଧା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ୨୧ ଜଣ ପୂର୍ବତନ ଅଧିନାୟକ। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, କପିଲ ଦେବ ଓ ଦିଲୀପ ଭେଙ୍ଗସରକାର। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ଉଦ୍ୟମକ୍ରମେ ଏହି ଚିଠି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିକଟକୁ ପ୍ରେରଣ କରାଯାଇଛି।
ସୌଜନ୍ୟ ସମ୍ବାଦ




