ଦେଶ ବିଦେଶ

‘India Lockdown Again’ ପୁଣି ଫେରିବ କି ‘ୱାର୍କ ଫ୍ରମ୍ ହୋମ୍’ ଓ ଲକଡାଉନ ଭଳି ସ୍ଥିତି?

ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷ ଓ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ଦର ଆକାଶଛୁଆଁ ହୋଇଥିବା ବେଳେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ) ଏକ ଜରୁରୀକାଳୀନ ମାର୍ଗଦର୍ଶିକା ଜାରି କରିଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷ ଓ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ଦର ଆକାଶଛୁଆଁ ହୋଇଥିବା ବେଳେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ) ଏକ ଜରୁରୀକାଳୀନ ମାର୍ଗଦର୍ଶିକା ଜାରି କରିଛି। ଏହି ନୂତନ ପ୍ଲେ-ବୁକ୍ ଅନୁଯାୟୀ, ଇନ୍ଧନ ସଞ୍ଚୟ ପାଇଁ ଲୋକଙ୍କୁ ଘରୁ କାମ କରିବା (ଵାର୍କ ଫ୍ରମ୍ ହୋମ୍), ବିମାନ ଯାତ୍ରା କମ କରିବା, ରାଜପଥରେ ଗାଡ଼ିର ବେଗ ସୀମିତ ରଖିବା ଓ ସାର୍ବଜନୀନ ପରିବହନ ବ୍ୟବହାର କରିବା ଭଳି ୧୦ଟି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ତେହେରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀକୁ ଆଂଶିକ ଭାବେ ଖୋଲା କରିଥିବା ଦାବି କରୁଛି, ତଥାପି ସୃଷ୍ଟି ହୋଇଥିବା ଅଭାବ ଏବଂ ବ୍ୟାକଲଗ୍ ଯୋଗୁଁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବା ଆଶଙ୍କାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଏହି କଟକଣାଗୁଡ଼ିକୁ ସାଧାରଣ ଜନତା କୋଭିଡ-୧୯ ଲକଡାଉନ ସହ ତୁଳନା କରି ସୋସିଆଲ ମିଡିଆରେ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି।

ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ବଜାରରେ ଏକ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି। ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ଶକ୍ତି ଏଜେନ୍ସି କହିଛି ଯେ ଉପଲବ୍ଧ ସମ୍ବଳକୁ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ସାଇତି ରଖିବାକୁ ହେବ। ଏଥିପାଇଁ ସପ୍ତାହରେ ଅତିକମରେ ତିନି ଦିନ ଘରୁ କାମ କରିବାକୁ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଯାତ୍ରୀବାହୀ ଯାନବାହନରୁ ପ୍ରାୟ ୬ ପ୍ରତିଶତ ପର୍ଯ୍ୟନ୍ତ ତୈଳ ବ୍ୟବହାର କମାଯାଇପାରିବ। ଏଥିସହିତ ରାଜପଥରେ ଗାଡ଼ିର ସର୍ବାଧିକ ବେଗ ସୀମାକୁ ପ୍ରାୟ ୬ ମାଇଲ ପ୍ରତି ଘଣ୍ଟା କମ କରିବାକୁ ପ୍ରସ୍ତାବ ଦିଆଯାଇଛି।

ତୈଳ ସଙ୍କଟର ମୁକାବିଲା ପାଇଁ ‘ଆଇଇଏ’ର ଜରୁରୀକାଳୀନ ପ୍ଲେ-ବୁକ୍

ଏହି ମାର୍ଗଦର୍ଶିକାରେ ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଲାଗୁ ହୋଇଥିବା ”ଅଡ୍-ଇଭେନ୍” (ଯୁଗ୍ମ-ଅଯୁଗ୍ମ) ନିୟମ ଭଳି ବ୍ୟବସ୍ଥାକୁ ବିଶ୍ୱ ସ୍ତରରେ ଆପଣାଇବାକୁ କୁହାଯାଇଛି। ଗାଡ଼ିର ଟାୟାର ପ୍ରେସର ଠିକ୍ ରଖିବା, ଏସିର ବ୍ୟବହାର କମ କରିବା ଏବଂ କାରପୁଲିଂ ବା ଗୋଷ୍ଠୀଗତ ଯାତ୍ରାକୁ ପ୍ରୋତ୍ସାହନ ଦେବା ପାଇଁ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଏହି ନିୟମକୁ ନେଇ ସାଧାରଣ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଅନେକ ନେଟିଜେନଙ୍କ ମତରେ, ଶାସକମାନଙ୍କ ଯୁଦ୍ଧଖୋର ମନୋଭାବ ଓ ଭୁଲ ନିଷ୍ପତ୍ତି ପାଇଁ ସାଧାରଣ ଜନତା କାହିଁକି ବଳି ପଡ଼ିବେ? ଇନ୍ଧନ ଯୋଗାଣ ସମସ୍ୟାର ସମାଧାନ ନକରି ପୁଣିଥରେ ଲୋକଙ୍କୁ ଲକଡାଉନ ଭଳି ସ୍ଥିତିକୁ ଠେଲି ଦିଆଯାଉଥିବାରୁ ବିଶ୍ବବ୍ୟାପୀ ଅସନ୍ତୋଷ ବଢ଼ିବାରେ ଲାଗିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button