ଅର୍ଥନୀତିବାଣିଜ୍ୟ

India-US trade: ମାସ ଶେଷ ସୁଦ୍ଧା ଭାରତ-ଆମେରିକା ବାଣିଜ୍ୟ ରାଜିନାମା! ସୋୟାବିନ, ମକା ବଜାରକୁ ଖୋଲିବ ଭାରତ

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ଚଳିତ ମାସ ଶେଷ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସମ୍ଭାବନା ରହିଛି। ଭାରତ ଉପରେ ଦଣ୍ଡ ସ୍ୱରୂପ ଲଗାଯାଇଥିବା ଶୁଳ୍କ ପ୍ରତ୍ୟାହାର କରିବାକୁ ଆମେରିକା ରାଜି ହୋଇଛି।

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ଚଳିତ ମାସ ଶେଷ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସମ୍ଭାବନା ରହିଛି। ଭାରତ ଉପରେ ଦଣ୍ଡ ସ୍ୱରୂପ ଲଗାଯାଇଥିବା ଶୁଳ୍କ ପ୍ରତ୍ୟାହାର କରିବାକୁ ଆମେରିକା ରାଜି ହୋଇଛି। ଭାରତ ସୋୟାବିନ୍, ମକା ଏବଂ କେତେକ ଦୁଗ୍ଧ ଉତ୍ପାଦର ଶୁଳ୍କ ମୁକ୍ତ ଆମଦାନି ପାଇଁ ନିଜର ବଜାର ଖୋଲିବ। ଏ ନେଇ ଉଭୟ ଆମେରିକା ଓ ଭାରତ ଶିଳ୍ପ ଓ କୃଷିଜାତ ସାମଗ୍ରୀ ପାଇଁ ନିଜ ନିଜର ଶୁଳ୍କ ଚୂଡ଼ାନ୍ତ କରିଥିବା କୁହାଯାଉଛି।

ସୋୟାବିନ, ମକା ବଜାରକୁ ଖୋଲିବ ଭାରତ
ଜରିମାନା ଶୁଳ୍କ ପ୍ରତ୍ୟାହାର କରିବ ଆମେରିକା

ରୁଷ ତେଲକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇଯାଇଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ତେଣୁ ଆଗକୁ ପାଲଟା ଶୁଳ୍କ ପ୍ରତ୍ୟାହାର ହେବା ସମ୍ଭାବନା ସୃଷ୍ଟି ହୋଇଛି। ଟ୍ରମ୍ପ କହିଛନ୍ତି ଯେ  ଭାରତ ସହିତ ଏକ ଚୁକ୍ତି କରିବାକୁ ଆମେରିକା ନିକଟତର ହେଉଛି ଯାହା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ବଢ଼ାଇବ। ଆମେରିକା ଏହାର ଶକ୍ତି ରପ୍ତାନି ବୃଦ୍ଧି କରିବ ଓ ପ୍ରମୁଖ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ। ଭାରତ ସହ ହେବାକୁ ଥିବା ରାଜିନାମା ଅତୀତର ଅନ୍ୟ ରାଜିନାମା ଗୁଡ଼ିକ ଠାରୁ ଭିନ୍ନ ରହିବ ବୋଲି ସେ କହିଛନ୍ତି। ଭାରତ ଉପରେ ଆମେରିକାର ମୋଟ ଶୁଳ୍କ ୫୦ ପ୍ରତିଶତକୁ ବଢ଼ିଛି। ଏବେ ଦୁଇଟି ବିକଳ୍ପ ଉପରେ ଆଲୋଚନା ହେଉଛି। ପ୍ରଥମଟି  ୧୨ରୁ ୧୫ ପ୍ରତିଶତ ମଧ୍ୟରେ କିମ୍ବା ୧୫ ରୁ ୧୯ ପ୍ରତିଶତ ମଧ୍ୟରେ ଶୁଳ୍କ ରହିବା ଆଶା କରାଯାଉଛି। ସୂଚନା ଅନୁଯାୟୀ ଉଭୟ ପକ୍ଷ ଶୁଳ୍କ ମୁକ୍ତ କିମ୍ବା ଅପେକ୍ଷାକୃତ କମ ଶୁଳ୍କରେ ଆମଦାନି ପାଇଁ ତାଲିକା ସମ୍ବନ୍ଧୀୟ ଅଧିକାଂଶ ପ୍ରସଙ୍ଗ ସମାଧାନ କରିଛନ୍ତି। ଭାରତ ଆମେରିକାରୁ ସୋୟାବିନ୍ ଏବଂ ମକା ଆମଦାନି ଅନୁମତି ଦେବ। ଭାରତ ଆମେରିକାରୁ ଆମଦାନି ହେବାକୁ ଥିବା ମକାକୁ ଇଥାନଲ୍ ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ଯୋଜନା ରଖିଛି।

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button