ଅପରାଧଦେଶ ବିଦେଶ

India-US Trade Deal: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଚିନ୍ତାରେ କାଶ୍ମୀର ଚାଷୀ

ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି, ତଥାପି ଏହି ଚୁକ୍ତି ହେଲେ କାଶ୍ମୀର ସେଓ ଓ ଅନ୍ୟାନ୍ୟ ଫଳ ବିଦେଶରୁ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବ ବୋଲି ସେଠାକାର ଫଳ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପାଇଁ ହୋଇଥିବା ମିଳିତ ବିବୃତି ପରେ ଚିନ୍ତାରେ ପଡ଼ିଛନ୍ତି କାଶ୍ମୀରର ଫଳଚାଷୀ। ଯଦିଓ ଭାରତୀୟ ଫଳ ଓ ପନିପରିବାକୁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି, ତଥାପି ଏହି ଚୁକ୍ତି ହେଲେ କାଶ୍ମୀର ସେଓ ଓ ଅନ୍ୟାନ୍ୟ ଫଳ ବିଦେଶରୁ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବ ବୋଲି ସେଠାକାର ଫଳ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। କାଶ୍ମୀର ଫଳଚାଷୀ ଓ ଡିଲର୍‌ ସଂଘର ସଭାପତି ବସିର ଅହମ୍ମଦ କହିଛନ୍ତି ଯେ ଏହି ଚୁକ୍ତି ବଳରେ ‌ଅମେରିକାରୁ ଭାରତକୁ ଆସୁଥିବା ସେଓ ଉପରେ ଭାରତ ଆମଦାନି ଶୁଳ୍କ ହ୍ରାସ କରିବ।

କାଶ୍ମୀର ସେଓର ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ

ତେଣୁ ଏହା କାଶ୍ମୀର ସେଓର ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହା ଦ୍ବାରା ଆମେରିକାର ଚାଷୀଙ୍କୁ ଲାଭ ପହଞ୍ଚିବ। କାଶ୍ମୀର ଓ ହିମାଚଳ ପ୍ରଦେଶର ଚାଷୀମାନେ ଏହା ଦ୍ବାରା ଗୁରୁତର ଭାବେ କ୍ଷତି ସହିବାର ଆଶଙ୍କା ରହିଛି। ଏହି ଦୁଇ ରାଜ୍ୟର ଅର୍ଥନୀତି ପର୍ଯ୍ୟଟନ ପରେ ଫଳ ଚାଷ ଉପରେ ଅଧିକ ନିର୍ଭର କରିଥାଏ। ତେଣୁ ଏହି ଚୁକ୍ତି ଉତ୍ତର ଭାରତର ଏହି ଦୁଇ ଫଳ ଉତ୍ପାଦନକାରୀ ରାଜ୍ୟର ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ସଂପ୍ରତି ଇରାନ, ଆମେରିକା, ନ୍ୟୁଜିଲାଣ୍ଡରୁ ହେଉଥିବା ସେଓ ଆମଦାନିର ପ୍ରତିକୂଳ ପ୍ରଭାବ ଭାରତୀୟ ଫଳ ଅର୍ଥନୀତି ଉପରେ ପଡ଼ୁଛି। ତେଣୁ ଆମେରିକୀୟ ସେଓ ଉପରେ ଆମଦାନି ଶୁଳ୍କ ହ୍ରାସ ପାଇ‌ଲେ ତାହା ଫଳ ଉପରେ ନିର୍ଭର କରୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ। ତେଣୁ ଏହାର ପୁନର୍ବିଚାର କରିବା ପାଇଁ କାଶ୍ମୀର ଫଳ ଚାଷୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବସୀର କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button