ବାଣିଜ୍ୟ

India-US Trade Deal: ଭାରତ ବଜାରରେ ପ୍ରବେଶ କରିପାରିବନି ବିଦେଶୀ କ୍ଷୀର, ଦହି, ଘିଅ… ଜାଣନ୍ତୁ କାରଣ

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସତ୍ତ୍ୱେ, ଭାରତ କୃଷି କ୍ଷେତ୍ର ଏବଂ ଦୁଗ୍ଧ ଶିଳ୍ପକୁ ଆମେରିକା ପାଇଁ ଖୋଲିବ ନାହିଁ, ସରକାରୀ ସୂତ୍ର ଅନୁଯାୟୀ, ଭାରତ ଏହି ବାଣିଜ୍ୟ ଚୁକ୍ତିରେ ସମ୍ବେଦନଶୀଳ କୃଷି ଉତ୍ପାଦ ଓ ଦୁଗ୍ଧଶିଳ୍ପ କ୍ଷେତ୍ରକୁ ସୁରକ୍ଷା ଦେବାର ଦୀର୍ଘକାଳୀନ ନୀତି ବଜାୟ ରଖିବ

ନୂଆଦିଲ୍ଲୀ: ବ୍ରିଟେନ୍, ୟୁରୋପ ପରେ ଏବେ ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ସ୍ଵାକ୍ଷର ହୋଇଛି। ଏହିଦ୍ଵାରା ଦେଶରେ ଅନେକ ସାମଗ୍ରୀ ଶସ୍ତା ହେବା ନେଇ ଆଶା ବଢ଼ିଛି। ପ୍ରାୟ ସବୁ ସେକ୍ଟର ସାମଗ୍ରୀର ଆମଦାନୀ, ରପ୍ତାନୀ ବି ବୃଦ୍ଧି ପାଇବ ବୋଲି ମଧ୍ୟ ଆଶା ବଢ଼ିଛି, କିନ୍ତୁ କିଛି ସେକ୍ଟର ଏପରି ରହିଛି ଯେଉଁଥିରେ ବିଦେଶୀ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସତ୍ତ୍ୱେ, ଭାରତ କୃଷି କ୍ଷେତ୍ର ଏବଂ ଦୁଗ୍ଧ ଶିଳ୍ପକୁ ଆମେରିକା ପାଇଁ ଖୋଲିବ ନାହିଁ, ସରକାରୀ ସୂତ୍ର ଅନୁଯାୟୀ, ଭାରତ ଏହି ବାଣିଜ୍ୟ ଚୁକ୍ତିରେ ସମ୍ବେଦନଶୀଳ କୃଷି ଉତ୍ପାଦ ଓ ଦୁଗ୍ଧଶିଳ୍ପ କ୍ଷେତ୍ରକୁ ସୁରକ୍ଷା ଦେବାର ଦୀର୍ଘକାଳୀନ ନୀତି ବଜାୟ ରଖିବ। ଏହାର ଅର୍ଥ ହେଉଛି, ଭାରତରେ କୌଣସି ବିଦେଶୀ କୃଷିଜାତୀୟ ସାମଗ୍ରୀକୁ ପ୍ରବେଶ କରାଯିବ ନାହିଁ, ଯଥା ଧାନ, ଚାଉଳ, ଗହମ, ମକା, ବାଜରା, ମୁଗ, ବିରି, ଚଣା, କ୍ଷୀର, ଦହି, ଘିଅ ଭଳି ଅନ୍ୟାନ୍ୟ ସାମଗ୍ରୀ ଭାରତ ବଜାରରେ ପ୍ରବେଶ କରିବ ନାହିଁ।

ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସ୍ପଷ୍ଟ କରିଛନ୍ତି, “ବର୍ତ୍ତମାନର ସ୍ଥିତି ଭଲ ରହିଛି; ସମ୍ବେଦନଶୀଳ ସାମଗ୍ରୀ ପ୍ରତି ଆମର ସାଧାରଣ ଆଭିମୁଖ୍ୟ ଜାରି ରହିଛି।” ଭାରତର ଏହି ନିଷ୍ପତ୍ତି ଏହାର ଦୀର୍ଘକାଳୀନ ବାଣିଜ୍ୟ ରଣନୀତିର ଏକ ଅଂଶ। ଭାରତ ୟୁକେ, ନ୍ୟୁଜିଲ୍ୟାଣ୍ଡ ଓ ୟୁରୋପୀୟ ସଂଘ ସହିତ ଆଲୋଚନାରେ ବି କୃଷି ଏବଂ ଦୁଗ୍ଧ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦେଇଛି। ତେବେ ଭାରତ ସରକାର ଏହା ବିଶ୍ୱାସ କରନ୍ତି ଯେ, ଦୁଗ୍ଧ ଏବଂ କୃଷି କ୍ଷେତ୍ର ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଜୀବିକା ସହିତ ସିଧାସଳଖ ଭାବେ ଜଡିତ। ବିଦେଶୀ ବଜାରରୁ ଶସ୍ତା ଆମଦାନୀ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ଉନ୍ନତିକୁ ବିପଦରେ ପକାଇବାର ଆଶଙ୍କା ସୃଷ୍ଟି କରୁଛି, ଯାହାକୁ ସରକାର କୌଣସି ମୂଲ୍ୟରେ ଗ୍ରହଣ କରିବେ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button