ଦେଶ ବିଦେଶ

India Uzbekistan relations: ଉଜବେକିସ୍ତାନ ସହିତ ଆମର ସମ୍ପର୍କ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍‌ ବିବୃତ୍ତି ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାସକେଣ୍ଟରେ ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳକୁ ଯେଉଁ ଉଷ୍ମ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ କରାଯାଇଥିଲା, ସେଥିପାଇଁ ମୁଁ ରାଷ୍ଟ୍ରପତି ଏବଂ ଉଜବେକିସ୍ତାନର...

ନୂଆଦିଲ୍ଲୀ: ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍‌ ବିବୃତ୍ତି ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାସକେଣ୍ଟରେ ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳକୁ ଯେଉଁ ଉଷ୍ମ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ କରାଯାଇଥିଲା, ସେଥିପାଇଁ ମୁଁ ରାଷ୍ଟ୍ରପତି ଏବଂ ଉଜବେକିସ୍ତାନର ଜନସାଧାରଣଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ଏହା ଉଜବେକିସ୍ତାନକୁ ମୋର ଚତୁର୍ଥ ଗସ୍ତ। ଏହା ଆମର ସମ୍ପର୍କର ନିବିଡ଼ତା, ଆମର ଆପୋସ ସମନ୍ୱୟ ଏବଂ ଆମର ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପ୍ରାୟ ଏକ ଦଶନ୍ଧି ଧରି ରାଷ୍ଟ୍ରପତିଙ୍କ ସହିତ କାମ କରିବାର ସୌଭାଗ୍ୟ ପାଇଛି। ଏହି ସମୟ ମଧ୍ୟରେ, ମୁଁ ତାଙ୍କୁ ଦଶ ଥରରୁ ଅଧିକ ଥର ଭେଟିବାର ସୁଯୋଗ ପାଇଛି। ତାଙ୍କର ସକାରାତ୍ମକ ଓ ଦୂରଦୃଷ୍ଟିପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ନିରନ୍ତର ଶିକ୍ଷାର ମନୋଭାବ ପ୍ରକୃତରେ ପ୍ରେରଣାଦାୟକ। ଭାରତ ପ୍ରତି ତାଙ୍କର ଗଭୀର ବନ୍ଧୁତା ତଥା ଅଟଳ ପ୍ରତିବଦ୍ଧତା ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ଉଜବେକିସ୍ତାନ ମଧ୍ୟ ଏସିଆର କେନ୍ଦ୍ରରେ ଅବସ୍ଥିତ ଏବଂ ଏହି କ୍ଷେତ୍ର ସହ ଭାରତର ସମ୍ପର୍କର କେନ୍ଦ୍ରରେ ମଧ୍ୟ ଏହା ରହିଛି। ଭାରତ ଓ ଉଜବେକିସ୍ତାନର ଦୃଷ୍ଟିକୋଣ ଏବଂ ଆକାଂକ୍ଷାରେ ଗଭୀର ସମାନତା ରହିଛି। ଯୁବପିଢ଼ି, ନବସୃଜନ, ସମାବେଶୀ ଅଭିବୃଦ୍ଧି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ‘ୟାଙ୍ଗି ଉଜବେକିସ୍ତାନ’ ଏବଂ ‘ବିକଶିତ ଭାରତ ୨୦୪୭’ ଉଭୟର ମୂଳରେ ରହିଛି। ଏହି ସମାନ ଦୃଷ୍ଟିକୋଣକୁ ଅନୁସରଣ କରି ଆମେ ଉଭୟ ଦେଶର ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛୁ।

ଏହି ବର୍ଷ ଆମର ରଣନୀତିକ ସହଭାଗୀର ପଞ୍ଚଦଶ ବାର୍ଷିକୀ। ଏହି ବିଶେଷ ଅବସରରେ, ଆମେ ଆମର ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ସହଭାଗୀତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ। ଆଜି, ଆମେ ଆମର ସହଭାଗୀର ଏହି ନୂତନ ଫର୍ମାଟରେ ଦ୍ରୁତ ଗତି ଏବଂ ଦୃଢ଼ ଫଳାଫଳ ସହିତ ଆଗକୁ ବଢ଼ିବା ପାଇଁ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ସ୍ଥିର କରିଛୁ।

ଆମର ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ କୋଟି ଡଲାର ଅତିକ୍ରମ କରିଛି। ଆମେ ଏବେ ୨୦୩୦ ସୁଦ୍ଧା ଏହାକୁ ୫୦୦ କୋଟି ଡଲାର ଲକ୍ଷ୍ୟ ରଖିଛୁ। ଏହାକୁ ହାସଲ କରିବା ପାଇଁ ଆମେ ବଜାର ପ୍ରବେଶ, ସଂଯୋଗୀକରଣ, ବ୍ୟାଙ୍କିଂ ଏବଂ ଦେୟ ସହିତ ଜଡିତ ପ୍ରସଙ୍ଗଗୁଡ଼ିକୁ ବ୍ୟବସ୍ଥିତ ଭାବରେ ଆଗକୁ ବଢ଼ାଉ। ଭିତ୍ତିଭୂମି ବିକାଶରେ ପାରସ୍ପରିକ ଲାଭଦାୟକ ସହଯୋଗ ବୃଦ୍ଧି କରିବା ପାଇଁ ଆମେ ଏକାଠି କାମ କରିବୁ। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସ୍ୱଚ୍ଛ ଶକ୍ତି, ମହାକାଶ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗ ଆମର ସମ୍ପର୍କକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି।

.

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button