ଦେଶ ବିଦେଶ

Indian Oil Executive Director Death: ୧୭ ମହଲାରୁ ଡେଇଁ ଜୀବନ ହାରିଲେ ବରିଷ୍ଠ ଅଧିକାରୀ

ଉଚ୍ଚ କୋଠାର ୧୭ ମହଲାରୁ ଡେଇଁ ଇଣ୍ଡିଆନ୍ ଅଏଲର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନୂଆଦିଲ୍ଲୀ: ନୋଏଡାର ସେକ୍ଟର ୧୦୪ରେ ଥିବା ଏକ ଉଚ୍ଚ କୋଠାର ୧୭ ମହଲାରୁ ଡେଇଁ ଇଣ୍ଡିଆନ୍ ଅଏଲର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ନାମ ଅନିଲ ଗର୍ଗ ବୟସ ୫୫ ବର୍ଷ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ମୃତକ ଅନିଲ ଗର୍ଗ ମୂଳତଃ କାନପୁରର ବାସିନ୍ଦା ଥିବା ବେଳେ ସେ ସେକ୍ଟର ୧୦୪ର ଏଟିଏସ୍ ୱାନ୍ ହାମଲେଟ୍ ସୋସାଇଟିରେ ସ୍ତ୍ରୀ ମୟୂରୀ ଗର୍ଗ ଓ ପୁଅ ସହିତ ବସବାସ କରୁଥିଲେ।  ଅଜୟ ଗର୍ଗ (୫୫) ଇଣ୍ଡିଆନ୍ ଅଏଲ୍ କର୍ପୋରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ। ଘଟଣାସ୍ଥଳରୁ ପୁଲିସ ସୁଇସାଇଡ ନୋଟ୍ ଜବତ କରିଛି। ଉକ୍ତ ନୋଟରେ ଅନିଲ ଗର୍ଗ ଲେଖିଛନ୍ତି, ‘ମୁଁ ମୋ ପରିବାରକୁ ବହୁତ ଭଲ ପାଏ କିନ୍ତୁ ମୋ ଜୀବନକୁ ନେଇ ଅନେକ ଦିନ ହେବ ଅଶାନ୍ତିରେ ଅଛି ମୋ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି।’ ପୁଲିସ ସୁଇସାଇଡ ନୋଟ୍ ଆଧାରରେ ମାମଲାର ତଦନ୍ତ କରୁଛି। ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଉଛି।

ବାଲକୋନିରୁ ଡେଇଁ ହାରିଲେ ଜୀବନ

ପ୍ରଥମେ କୁହାଯାଉଥିଲା, ଅନିଲ ଗର୍ଗ ସକାଳ ପ୍ରାୟ ୧୦:୨୦ ରେ ତାଙ୍କ ପତ୍ନୀଙ୍କ ସହ କଥା ହେବା ପରେ ଘରେ ଭିତରେ ନେଟୱାର୍କ ପାଇ ନଥିଲା। ତେଣୁ ମୋବାଇଲ୍ ଧରି ସେ ବାଲକୋନିକୁ ଚାଲି ଯାଇଥିଲେ। ଏଠାରେରେ ସେ ଭାରସାମ୍ୟ ରକ୍ଷା କରି ନପାରି ବାଲକୋନିରୁ ତଳକୁ ଖସି ପଡ଼ିଥିଲେ।  ସ୍ଥାନୀୟ ବାସିନ୍ଦାମାନେ ସଙ୍ଗେସଙ୍ଗେ ଗର୍ଗଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ହେଲେ ଦୁଃଖଦ ବିଷୟ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଓ ସୁଇସାଇଡ଼ ନୋଟ ମିଳିବା ପରେ ଅନିଲ ଜୀବନ ହାରିଥିବା ସ୍ପଷ୍ଟ ହୋଇଛି।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button