ଦେଶ ବିଦେଶରାଜନୀତି

Indian Railways: ‘ଗରିବ-ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା’

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ ସାରା ଦେଶର ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳ ଭବନରେ ସାରା ଦେଶର ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ଭାରତୀୟ ରେଳବାଇର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି। ଏହି ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ। ଶ୍ରୀ ବୈଷ୍ଣବ ମଧ୍ୟ ସମଗ୍ର ରେଳବାଇ ପରିବାରକୁ ଗତବର୍ଷ ସେମାନଙ୍କର ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ରେଳ ଦୁର୍ଘଟଣାରେ ଐତିହାସିକ ହ୍ରାସ ଏବଂ ରେକର୍ଡ ସଂଖ୍ୟକ ମାଲ ପରିବହନ ଯୋଗୁଁ ସାରା ଦେଶରେ ଭାରତୀୟ ରେଳବାଇର ଭାବମୂର୍ତ୍ତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ପର୍ବପର୍ବାଣୀ ସମୟରେ ବହୁ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନର ପ୍ରଭାବୀ ପରିଚାଳନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ, ଯାହା ଯାତ୍ରାର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାରେ ସହାୟକ ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button