
(କାଲିଫର୍ଣ୍ଣିୟା, ଆମେରିକା): ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଏବଂ ତାଙ୍କ ସ୍ବିଡିସ୍ ସାଥୀ ଗୋରାନ ଗୋରାନସନ୍ ଏଠାରେ ଚାଲିଥିବା ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପ୍ରି-କ୍ବାର୍ଟର୍ରେ ସେମାନେ ନେଦରଲାଣ୍ଡ୍ସର ସାଣ୍ଡେର୍ ଆରେଣ୍ଡ୍ସ ଏବଂ ଚେକ୍ ରିପବ୍ଲିକ୍ର ଜିରି ଲେହେକାଙ୍କୁ ୬-୪, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଜିତିବାକୁ ୟୁକି-ଗୋରାନ ଏକ ଘଣ୍ଟା ଓ ୧୪ ମିନିଟ୍ର ସମୟ ନେଇଥିଲେ। ଏହି ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତାର କ୍ବାର୍ଟର୍ ଫାଇନାଲ୍ରେ ୟୁକି ଓ ଗୋରାନ ଅଷ୍ଟ୍ରିୟାର ଆଲେକଜାଣ୍ଡାର ଏର୍ଲର ଓ ଇଟାଲିର ଆଣ୍ଡ୍ରିୟା ଭାଭାସୋରୀଙ୍କୁ ଭେଟିବେ।
ସୌଜନ୍ୟ ସମ୍ବାଦ




