ଖେଳ

Indian women’s cricket team: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା

ଭାରତ ମହିଳା କ୍ରିକେଟ୍ ଦଳ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରି ପର୍ଥଠାରେ ଗୋଟିଏ ଟେଷ୍ଟ ଖେଳିବ। ଏଥିପାଇଁ ଶନିବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।

ମୁମ୍ବାଇ: ଭାରତ ମହିଳା କ୍ରିକେଟ୍ ଦଳ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରି ପର୍ଥଠାରେ ଗୋଟିଏ ଟେଷ୍ଟ ଖେଳିବ। ଏଥିପାଇଁ ଶନିବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ପାଞ୍ଚ ଜ​ଣ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ୍ କରାଯାଇଛି। ସେମାନେ ହେଲେ ପ୍ରତିକା ରାଓ୍ବଲ, ଅମନଜୋତ୍ କୌର, କ୍ରାନ୍ତି ଗୌଡ, ବୈଷ୍ଣବୀ ଶର୍ମା, ସୟାଲି ସାତଘରେ। ସେମାନେ ପର୍ଥରେ ନିଜର ଟେଷ୍ଟ୍ କ୍ୟାରିୟର ଆରମ୍ଭ କରିବେ। ପ୍ରତିକା ୨୦୨୫ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ବି ଗୋଇଠିରେ ଆଘାତପ୍ରାପ୍ତ ହେବା ପରେ ସେ ଖେଳିପାରିନଥିଲେ। ଚଳିତ ମହିଳା ପ୍ରିମିୟର ଲିଗରେ ସେ ୟୁପି ଓ୍ବାରିୟର୍ଜର ସଦସ୍ୟା ଥିଲେ ବି ଏବେ ବେ ଖେଳିନାହାନ୍ତି, କାରଣ ସେ ଏବେ ବି ବେଙ୍ଗାଲୁରୁସ୍ଥିତ ବିସିସିଆଇ ଉତ୍କର୍ଷକେନ୍ଦ୍ରରୁ ଫିଟନେସ୍ ପ୍ରମାଣପତ୍ର ପାଇନାହାନ୍ତି।

ସେଫାଳି ବର୍ମା ଟେଷ୍ଟ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି ଓ ସେ ସ୍ମୃତି ମାନ୍ଧାନାଙ୍କ ମିଶି ଇନିଂସ ଓପନ କରିବେ। ଗତ ଭାରତ ଖେଳିଥିବା ଗତ ୫ଟି ଟେଷ୍ଟରେ ବି ସ୍ମୃତିଙ୍କ ସହ ଓପନିଂ କରିଥିଲେ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ନିଜ କ୍ୟାରିୟରର ଶ୍ରେଷ୍ଠ ଇନିଂସ ୨୦୫ ରନ କରିଥିଲେ। ସେହିପରି ହରଲିନ ଦେଓଲ ମଧ୍ୟ ଟେଷ୍ଟ ଦଳକୁ ଫେରିଛନ୍ତି। ଏହା ପୂର୍ବରୁ ୨୦୨୩ରେ ସେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିଥିଲେ। ରିଚା ଘୋଷ ଓ ଉମା ଛେତ୍ରୀ ଓ୍ବିକେଟ୍ କିପର ଭାବେ ସ୍ଥାନ ପାଇଛନ୍ତି। ଉଭୟଙ୍କ ମଧ୍ୟରୁ ଘୋଷ ପୂର୍ବରୁ ୨ଟି ଟେଷ୍ଟ ଖେଳିଛନ୍ତି।

ଭାରତୀୟ ଦଳ:

ହରମନପ୍ରିତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମିମା ରଡରିଗ୍ସ, ଅମନଜୋତ୍ କୌର, ରିଚା ଘୋଷ (ଓ୍ବିକେଟ ରକ୍ଷକ), ଉମା ଛେତ୍ରୀ (ଓ୍ବିକେଟ ରକ୍ଷକ) ପ୍ରତିକା ରାଓ୍ବଲ, ହରଲିନ ଦେଓଲ, ଦିପ୍ତି ଶର୍ମା, ରେଣୁକା ଠାକୁର, ସ୍ନେହ ରାଣା, କ୍ରାନ୍ତି ଗୌଡ, ବୈଷ୍ଣବୀ ଶର୍ମା, ସୟାଲି ସାତଘରେ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button