ଖେଳ

India’s 10th consecutive win: ଭାରତର କ୍ରମାଗତ ଦଶମ ଶୃଙ୍ଖଳା ବିଜୟ: ଦକ୍ଷିଣ ଆଫ୍ରିକା ୩୦ ରନ୍‌ରେ ପରାସ୍ତ

ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ହରାଇ ଭାରତ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଛି। ଏଥି ସହିତ ଟେଷ୍ଟ୍ ଶୃଙ୍ଖଳା (୦-୨) ପରାଜୟର ମଧୁର ପ୍ରତିଶୋଧ ଉଭୟ ସୀମିତ ଓଭର ଶୃଙ୍ଖଳାରେ ନେଇଯାଇଛି।

ଅହମଦାବାଦ: ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ହରାଇ ଭାରତ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଛି। ଏଥି ସହିତ ଟେଷ୍ଟ୍ ଶୃଙ୍ଖଳା (୦-୨) ପରାଜୟର ମଧୁର ପ୍ରତିଶୋଧ ଉଭୟ ସୀମିତ ଓଭର ଶୃଙ୍ଖଳାରେ ନେଇଯାଇଛି। ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଭାରତ ମଧ୍ୟ କ୍ରମାଗତ ଦଶମ ଟ୍ବେଣ୍ଟି-୨୦ ଶୃଙ୍ଖଳା/ଟୁର୍ଣ୍ଣାମେଣ୍ଟରେ ବିଜୟ ହୋଇଛି। ହାର୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ବରୁଣ ଚକ୍ରବର୍ତ୍ତୀ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ୩୦ ରନ୍‌ରେ ପରାସ୍ତ
ହାର୍ଦିକ ଓ ବରୁଣ ଶ୍ରେଷ୍ଠ ଖେଳାଳି

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ସଂଜୁ ସାମ୍‌ସନ୍ ଓ ଅଭିଷେକ‌ ଶର୍ମା ବଢ଼ିଆ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୬୭ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍‌ଙ୍କ ସ୍ଥାନରେ ଖେଳିଥିବା ସଂଜୁ ସାମ୍‌ସନ୍‌ ୨୨ ବଲ୍‌ରୁ ୩୭ ଏବଂ ଅଭିଷେକ ୨୧ ବଲ୍‌ରୁ ୩୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ (୭ ବଲ୍‌ରୁ ୫ ରନ୍) ବିଫଳତା ଧ‌ାରା ଜାରି ରହିଥିଲା। ମଧ୍ୟକ୍ରମରେ କିନ୍ତୁ ତିଳକ ବର୍ମା ଓ ହାର୍ଦିକ ପାଣ୍ଡ୍ୟା ୭.୨ ଓଭରରେ ୧୦୫ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ତିଳକ ୪୨ ବଲ୍‌ରୁ ୭୩ ରନ୍ ଏବଂ ହାର୍ଦିକ ୨୫ ବଲ୍‌ରୁ ୬୩ ରନ୍ ସଂଗ୍ରହ କରିଥିଲେ। ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଭାବେ ଦ୍ବିତୀୟ ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ପୂର୍ବରୁ ଭାରତୀୟ ରେକର୍ଡ ଯୁବରାଜ ସିଂହ (୧୨ ବଲ୍‌)ଙ୍କ ନାମରେ ଥିଲା। ବିଶ୍ବ କ୍ରିକେଟ୍‌ରେ କିନ୍ତୁ ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ନେପାଳର ଦୀପେନ୍ଦ୍ର ସିଂହ ଐରି (୯ ବଲ୍ ବନାମ ମଙ୍ଗୋଲିଆ, ୨୦୨୩ ଏସୀୟ କ୍ରୀଡ଼ା)ଙ୍କ ନାମରେ ରହିଛି।

ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟଙ୍କ ଦ୍ରୁତତମ ଅର୍ଦ୍ଧଶତକ

୧୨ ବଲ୍‌: ଯୁବରାଜ ସିଂହ ବନାମ ଇଂଲଣ୍ଡ, ଡର୍ବାନ୍‌, ୨୦୦୭ ବିଶ୍ବକପ୍‌

୧୬ ବଲ୍‌: ହାର୍ଦ୍ଦିକ ପାଣ୍ଡ୍ୟା ବନାମ ଦକ୍ଷିଣ ଆଫ୍ରିକା, ଅହମଦାବାଦ, ୨୦୨୫

୧୭ ବଲ୍‌: ଅଭିଷେକ ଶର୍ମା ବନାମ ଇଂଲଣ୍ଡ, ୱାଙ୍ଖ୍‌ଡେ, ୨୦୨୫

୧୮ ବଲ୍‌: କେଏଲ୍‌ ରାହୁଲ ବନାମ ସ୍କଟ୍‌ଲାଣ୍ଡ, ଦୁବାଇ, ୨୦୨୧

୧୮ ବଲ୍‌: ସୂର୍ଯ୍ୟକୁମାର ଯାଦବ ବନାମ ଦକ୍ଷିଣ ଆଫ୍ରିକା, ଗୁଆହାଟୀ, ୨୦୨୨

ଭାରତୀୟ ଘରୋଇ କ୍ରିକେଟ୍‌ରେ ରେଳବାଇର ଆଶୁତୋଷ ଶର୍ମା (୧୧ ବଲ୍‌ ବନାମ ଅରୁଣାଚଳପ୍ରଦେଶ, ୨୦୨୩ ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି)ଙ୍କ ନାମରେ ଦ୍ରୁତତମ ଟ୍ବେଣ୍ଟି-୨୦ ରେକର୍ଡ ବି ରହିଛି। ଗତବର୍ଷ ବିଶ୍ବକପ୍‌ ଜିତିବା ପରଠାରୁ ଭାରତ ମଧ୍ୟ ଦଶମ ଥର ପାଇଁ ୨୦୦+ ସ୍କୋର୍‌ କରିଥିଲା ଶୁକ୍ରବାର। ଭାରତର ୨୩୧ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପାଇଁ କେବଳ କ୍ବିଣ୍ଟନ୍ ଡି’କକ୍ ଓ ଦିୱାଲ୍ଡ ବ୍ରେଭିସ୍ ଲଢ଼ି ପାରିଥିଲେ। ପାୱାର ପ୍ଲେ ଭିତରେ ୩ ଓଭର ସହ ୱାସିଂଟନ୍ ସୁନ୍ଦର (୪-୦-୩୦-୦) ନିୟନ୍ତ୍ରିତ ବୋଲିଂ କରିବା ପରେ ବରୁଣ ଚକ୍ରବର୍ତ୍ତୀ (୪-୦-୫୩-୪) ବିଜୟର କର୍ଣ୍ଣଧାର ସାଜିଥିଲେ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button