ଖେଳ

IPL 2026: ଆଇପିଏଲ୍‌ ନୂଆ ନିୟମ: ମ୍ୟାଚ୍‌ ଦିନ ହେବନି ଅଭ୍ୟାସ

ନୂଆଦିଲ୍ଲୀ: ଆଇପିଏଲ୍‌ ଲାଗି ଥିବା ନିର୍ଦ୍ଦେଶାବଳୀରେ କିଛିଟା ନୂଆ ନିୟମ ଯୋଡ଼ିଛି। ମ୍ୟାଚ୍‌ ଦିନ କୌଣସି ଅଭ୍ୟାସ ଅଧିବେଶନ କରିବା ଲାଗି ସିଧାସଳଖ ମନା କରିଦେଇଛି। ବିସିସିଆଇର ଅତିରିକ୍ତ ନିର୍ଦେଶାବଳୀ ପ୍ରତି ଫ୍ରାଞ୍ଚାଇଜ୍‌ ପ୍ରବନ୍ଧକଙ୍କ ପାଖକୁ ପଠାଇ ଦେଇଛି। ମୁମ୍ବାଇସ୍ଥିତ ୱାଙ୍ଖ୍‌ଡ଼େ ଷ୍ଟାଡିୟମ୍‌ରେ ବିସିସିଆଇ ଦୁଇଟି ଅଭ୍ୟାସ ୱିକେଟ୍‌ର ବ୍ୟବସ୍ଥା କରିଛି।

ପରିବର୍ଦ୍ଧିତ ନିର୍ଦ୍ଦେଶାବଳୀ

୧-ନେଟ୍‌ସ ଲାଗି ୨ଟି ସ୍ଥାନ ମିଳିବ। ଗୋଟିଏ ସାଇଡ୍‌ ୱିକେଟ୍‌ ମେନ୍‌ ସ୍କୋୟାରରେ ରହିବ। କିନ୍ତୁ ମୁମ୍ବାଇ ପଡ଼ିଆରେ ଦୁଇ ଦଳ ‌ଏକା ସମୟରେ ଅଭ୍ୟାସ କରିବାକୁ ଚାହିଲେ। ଉଭୟ ଦଳକୁ ୨ଟି ଲେଖାଏଁ ୱିକେଟ୍‌ ଦିଆଯିବ।

୨-କୌଣସି ଖୋଲା ନେଟ୍ସ ଲାଗି ଅନୁମତି ନାହିଁ।
୩-ଯଦି ଗୋଟିଏ ଦଳର ଅଭ୍ୟାସ ଶୀଘ୍ର ସରିଯାଏ। ତେବେ ଅନ୍ୟଦଳକୁ ସେହି ୱିକେଟ୍‌ରେ ଅଭ୍ୟାସ ଲାଗି ଅନୁମତି ଦିଆଯିବନି।

୪-ମ୍ୟାଚ୍‌ ଦିନ କୌଣସି ଅଭ୍ୟାସ ଲାଗି ଅନୁମତି ନାହିଁ।
୫-ମ୍ୟାଚ୍‌ ଦିନ କୌଣସି ପ୍ରକାର ଫିଟ୍‌ନେସ୍‌ ପରୀକ୍ଷା ପଡ଼ିଆ ଭିତରେ କରାଯାଇ ପାରିବନି।

୬-ଅଭ୍ୟାସ ଦିନ କେବଳ ମାନ୍ୟତାପ୍ରାପ୍ତ କର୍ମଚାରୀଙ୍କୁ ଡ୍ରେସିଂରୁମ୍‌ ଓ ପଡ଼ିଆ ଭିତରୁ ଛଡ଼ାଯିବ। ଖେଳାଳିଙ୍କ ପରିବାର ଓ ସାଙ୍ଗସାଥୀ ଅଲଗା ଗାଡ଼ିରେ ଆସିପାରିବେ। ହସ୍‌ପିଟାଲିଟି ଏରିଆରେ ଦଳର ଅଭ୍ୟାସ ଦେଖିପାରିବେ।
୭- ଖେଳାଳିମାନେ କେବଳ ଦଳୀୟ ବସ୍‌ରେ ଅଭ୍ୟାସକୁ ଆସିବେ ଓ ଫେରିବେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button