IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍, ଅଭିଷେକ ଉପ ଅଧିନାୟକ… SRHର ଖାସ୍ ରଣନୀତି
କମିନ୍ସ ଆହତ ଥିବାରୁ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳି ନଥିଲେ । ଏବେ ସୁଦ୍ଧା ତାଙ୍କ ଫିଟନେସ ରିପୋର୍ଟ ସନରାଇଜର୍ସ ନିକଟରେ ପହଞ୍ଚି ନାହିଁ । ଆସନ୍ତା ୨୩ ତାରିଖ ସୁଦ୍ଧା ସେ ଭାରତରେ ପହଞ୍ଚି ସନରାଇଜର୍ସ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲେ ସେ କେବଳ ଦଳର ରଣନୀତିରେ ସହାୟତା କରିବେ । କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ଫିଟନେସ୍ ପ୍ରମାଣ ପତ୍ର ପ୍ରଦାନ ନକରିବା ପର୍ଯ୍ୟନ୍ତ କମିନ୍ସ ଗ୍ରାଉଣ୍ଡକୁ ଓହ୍ଲାଇ ପାରିବେ ନାହିଁ ।

ନୂଆଦିଲ୍ଲୀ, ୧୯ /୦୩: ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୯ । ଚଳିତ ସିଜନ ପାଇଁ ବିସ୍ଫୋରକ ବ୍ୟାଟର/ୱିକେଟ୍ କିପର ଇଶାନ କିଷନଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦଳର ଅସ୍ଥାୟୀ ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ଅଭିଷେକ ଶର୍ମା ଉପ ଅଧିନାୟକ ଦାୟିତ୍ୱ ପାଇଛନ୍ତି । ଦଳର ସ୍ଥାୟୀ ଅଧିନାୟକ ଥିବା ଅଷ୍ଟ୍ରେଲିଆ ଖେଳାଳି ପ୍ୟାଟ୍ କମିନ୍ସ ଏପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି । ଏଥର ଆଇପିଏଲ୍ରେ ସେ ଅଧିକାଂଶ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି । ତେଣୁ ତାଙ୍କ ଅନୁପସ୍ଥିତିରେ କିଷନ ଦଳର ନେତୃତ୍ୱ ନେବେ ।
କମିନ୍ସ ଆହତ ଥିବାରୁ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳି ନଥିଲେ । ଏବେ ସୁଦ୍ଧା ତାଙ୍କ ଫିଟନେସ ରିପୋର୍ଟ ସନରାଇଜର୍ସ ନିକଟରେ ପହଞ୍ଚି ନାହିଁ । ଆସନ୍ତା ୨୩ ତାରିଖ ସୁଦ୍ଧା ସେ ଭାରତରେ ପହଞ୍ଚି ସନରାଇଜର୍ସ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲେ ସେ କେବଳ ଦଳର ରଣନୀତିରେ ସହାୟତା କରିବେ । କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ଫିଟନେସ୍ ପ୍ରମାଣ ପତ୍ର ପ୍ରଦାନ ନକରିବା ପର୍ଯ୍ୟନ୍ତ କମିନ୍ସ ଗ୍ରାଉଣ୍ଡକୁ ଓହ୍ଲାଇ ପାରିବେ ନାହିଁ ।
କିଷନ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି । ଗତ ଟିଟ୍ୱେଣ୍ଟି ବିଶ୍ୱକପରେ ସେ ୩୧୭ ରନ ସଂଗ୍ରହ କରି ଭାରତକୁ ଚାମ୍ପିଅନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଚଳିତ ବର୍ଷ ଭାରତୀୟ ଦଳକୁ ଫେରିବା ପରଠୁ କିଷନ କେବଳ ୧୩ଟି ଟି-ଟ୍ୱେଣ୍ଟି ଖେଳି ୫୩୨ ରନ ସଂଗ୍ରହ କରିସାରିଛନ୍ତି । କିଷନଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ ଗତ ସିଜନରେ ସୟଦ ମୁସ୍ତାକ ଅଲି ଟି-ଟ୍ୱଣ୍ଟି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ ହୋଇଥିଲା । ସନରାଇଜର୍ସ ମ୍ୟାନେଜମେଣ୍ଟ କିଷନଙ୍କ ଦକ୍ଷତା ଉପରେ ଯଥେଷ୍ଟ ଭରସା ରଖିଛି ।
ସୂଚନାଯୋଗ୍ୟ,ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ସମସ୍ତ ୧୦ଟି ଯାକ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି ଭାରତୀୟ ଖେଳାଳି । ୨୦୧୯ରେ କେନ ୱିଲିୟମସନ ସନରାଇଜର୍ସ ଦଳର ଅଧିନାୟକ ନିଯୁକ୍ତ ଥିଲେ । ମାତ୍ର ପ୍ରଥମ ମ୍ୟାଚରେ ସେ ଖେଳି ନପାରିବାରୁ ତାଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଦଳର ନେତୃତ୍ୱ ନେଇଥିଲେ । ୨୦୨୫ ସିଜନ ପୂର୍ବରୁ ମେଗା ନିଲାମରେ ସନରାଇଜର୍ସ ୧୧.୨୫କୋଟି ଟଙ୍କା ମୂଲ୍ୟରେ କିଷନଙ୍କୁ କିଣିଥିଲା । ଗତ ସିଜନରେ ସେ ଦଳ ପକ୍ଷରୁ ଏକ ଶତକୀୟ ପାଳି ଖେଳିଥିଲେ ।
ସୌଜନ୍ୟ Prameya News7